ପରଲୋକରେ ଅଭିନେତା ଜାଭେଦ୍ ଖାନ୍ ଅମ୍ରୋହି, ‘ଲଗାନ’ରେ ଅଭିନୟ କରି ହୋଇଥିଲେ ଲୋକପ୍ରିୟ

add-all

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିଥିବା ଅଭିନେତା ଜାଭେଦ୍ ଖାନ୍ ଅମ୍ରୋହି ଆଉ ଆମ ସହିତ ନାହାଁନ୍ତି। ୭୦ବର୍ଷ ବୟସରେ ‌ତାଙ୍କର ଦେହାନ୍ତ ହୋଇଛି। ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି। ଜାଭେଦ୍ ‘ଲାଗାନ୍’, ‘ୱାନ୍ସ ଅପନ ଏ ଟାଇମ୍ ଇନ ମୁମ୍ବାଇ’, ‘ଅନ୍ଦାଜ ଅପନା ଅପନା’ ଏବଂ ‘ଚକ୍ ଦେ ଇଣ୍ଡିଆ’ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ କାମ କରିଥିଲେ।
ଆଜତକ.ଇନକୁ ସାକ୍ଷାତକାର ଦେଇ ଜାଭେଦଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି ‘ଲଗାନ’ରେ ତାଙ୍କର ସହ-କଳାକାର ଥିବା ଅଖିଳେନ୍ଦ୍ର ମିଶ୍ରା। ସେ କହିଛନ୍ତି ଯେ ଜାଭେଦଜୀ ଏବଂ ମୁଁ ଇପ୍ଟା (ଇଣ୍ଡିଆନ୍ ପିପୁଲ୍ସ ଥିଏଟର ଆସୋସିଏସନ୍)ର ହ୍ବାଟସଆପ୍ ଗ୍ରୁପରେ ଥିଲୁ। ଏହି ଗ୍ରୁପରୁ ତାଙ୍କର ମୃତ୍ୟୁ ଖବର ମୋତେ ମିଳିଛି। ସେ ତାଙ୍କ ପରିବାର ସହିତ ମୁମ୍ବାଇର କାନ୍ଦିବଲିରେ ରହୁଥିବା ବେଳେ କିଛି ଦିନ ହେଲାଣି ଅସୁସ୍ଥ ଥିଲେ।
ତେବେ ଜାଭେଦ୍ ଖାନଙ୍କୁ ଶେଷ ଥର ପାଇଁ ୨୦୨୦ମସିହାରେ ‘ସଡକ-୨’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ଜାଭେଦ୍ ଖାନ୍ ପାକିଆ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ ଏବଂ ଆଦିତ୍ୟ ରୟ କାପୁର ମଧ୍ୟ ନଜର ଆସିଥିଲେ। ଏହା ବ୍ୟତୀତ ଜାଭେଦ୍ ଖାନ୍ ଅମ୍ରୋହିଙ୍କୁ ଅନେକ ଟିଭି ସୋ’ରେ ମଧ୍ୟ ଦେଖିବାକୁ ମିଳିଥିଲା। ଅଭିନୟ ସହ ସେ ଇପ୍ଟାର ଜଣେ ସକ୍ରିୟ ସଦସ୍ୟ ମଧ୍ୟ ଥିଲେ।

ad-week
Leave A Reply

Your email address will not be published.