
ଫୁଲବାଣୀ/ ଘୁ. ଉଦୟଗିରି:- କନ୍ଧମାଳ ଜିଲ୍ଲାର ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମ୍ସ ଏକାଡେମୀ,ଘୁ. ଉଦୟଗିରି ରେ ପ୍ରଶିକ୍ଷଣ ପ୍ରାପ୍ତ ଗୁଟିଗିଂଆ ଗ୍ରାମ ନିବାସୀ ପପୁନା ସାହୁ ଫୁଟଭଲି ଖେଳରେ ଭାରତୀୟ ଜାତୀୟ ଦଳରେ ଖେଳିବା ପାଇଁ ମନୋନୀତ ହୋଇ କେରଳ ରାଜ୍ୟର କୋଚିକୋଡି ଠାରେ ଚଳିତ ବର୍ଷ ୨୪,୨୫,୨୬, ତାରିଖ ତିନିଦିନ ଧରି ଆୟୋଜନ ହେଉଥିବା ୨୫ତମ ଫୁଟଭଲି ବିଶ୍ଵକପ ପ୍ରତିଯୋଗିତା ରେ ଭାରତୀୟ ଜାତୀୟ ଦଳରେ ଖେଳିବା ପାଇଁଁ ଭାରତିୟ ଫୁଟଭଲି ଫେଡରେସନ , ନୂଆଦିଲ୍ଲୀ ରୁ ଓଡ଼ିଶାରୁ ଏକମାତ୍ର ଖେଳାଳୀ ଭାବେ ଡାକରା ପାଇ ଆଜି କେରଳ ଗସ୍ତ କରିଛନ୍ତି। ଯାହାଫଳରେ ଅଞ୍ଚଳ ବାସୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି, ଏକାଡେମୀ ର ପ୍ରଶିକ୍ଷକ ଚନ୍ଦନ ସୋରେନ୍, ପ୍ରଶିକ୍ଷକା ସୁସ୍ମିତା ସାହୁ, ଅନୁଷ୍ଠାନ ର ସ୍ଥାପକ ସମାଜସେବୀ ମହମ୍ମଦ ଜିଆଉଦ୍ଧିନ୍ ଅହମ୍ମଦ୍,ରାଜ୍ୟ ଫୁଟଭଲି ଆସୋସିଏସନ୍ ର ସଭାପତି ଶ୍ରୀଯୁକ୍ତ। , ସମ୍ପାଦକ ଶ୍ରୀଯୁକ୍ତ ପ୍ରଶ୍ନ କୁମାର ରାଉତ, ରାଜ୍ୟ ଫୁଟବଲ ଟେନିସ୍ ଆସୋସିଏସନ୍ ର ସମ୍ପାଦକ ପ୍ରଦିପ କୁମାର ରାଉତ, ରାଜ୍ୟର ବରିଷ୍ଠ କ୍ରୀଡା ସଂଗଠକ ଶ୍ରୀଯୁକ୍ତ ସହଦେବ ରାଉତ, ଜିଲ୍ଲାର କ୍ରୀଡ଼ାପ୍ରେମୀ ଏବଂ ଖେଳାଳୀ କହ୍ନେଇ ନାୟକ, କଳାମୋହନ ନାୟକ, ବାଦଲ ର୍ବୃଗି, ଆଶିଶ ର୍ବୃଗି, ଲିଣ୍ଟନ୍ , ବାବୁ ଦେହୁରୀ, ଶ୍ରୀରାମ ଦେହୁରୀ, ବାପୁନା ନାୟକ, ଅର୍ଚ୍ଚିତା ପ୍ରଧାନ, ମାନସୀ ପ୍ରଧାନ, ରାହୁଲ ନାୟକ, ବିଜୟ ପ୍ରଧାନ, ଇମାନ୍ୟୁଏଲ ନାୟକ, ଉଥପ୍ ପ୍ରଧାନ,ଶ୍ରୀକାନ୍ତ ପ୍ରଧାନ,ଜିଲ୍ଲା ଫୁଟଭଲି ଆସୋସିଏସନ୍ ର ସଭାପତି ଅଶୋକ କୁମାର ପଟ୍ଟନାୟକ, ପୁର୍ବତନ ଖେଳାଳି ନାରାୟଣ ସାହୁ , ଅଭିରାମ ମହାନ୍ତି ଏସ୍ କେ ସାଦିକ , ଘୁ ଉଦୟଗିରି ନାଗରିକ ସମାଜ ର କିଶୋର ଚନ୍ଦ୍ର ନାୟକ, ସଂଞିତ୍ କୁମାର ପ୍ରଧାନ, ପ୍ରଫୁଲ କୁମାର ରାଉତ, ଟାରଜନ ସାହୁ, ଆଲଫନଜା ରାଜା , ଅଧ୍ୟାପକ ରାଜେଶ କୁମାର ବାଘ, ଖେଳ ଶିକ୍ଷକ ସଂଜୟ ସାହୁ ଖେଳ ଶିକ୍ଷୟତ୍ରୀ ରେଣୁବାଳା ପ୍ରଧାନ, କୃଷକ ନେତା ସନାତନ ପ୍ରଧାନ, ନରେଶ ପ୍ରଧାନ, ବୁଦ୍ଧଦେବ ପ୍ରଧାନ, ଗାୟକ ପ୍ରଧାନ, ବିରେନ୍ଦ୍ର ପ୍ରଧାନ, ଭାସ୍କର ପ୍ରଧାନ, ଗ୍ରେସିଂଗିଆ ପଞ୍ଚାୟତ ସରପଞ୍ଚ ଇଂ ତ୍ରୀଶିଳା ପ୍ରଧାନ, ଗୁଟିଗିଂଆ ସରପଞ୍ଚ ଶ୍ରୀମତୀ ଆକାଂକ୍ଷା ପ୍ରଧାନ ଘୁ ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ, ବିଧାୟକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇବା ସହ ଶୁଭକାମନା ମଣି ତାଙ୍କର ଉତ୍ତରତରକାମନା ଜଣାଇଛନ୍ତି। ଏଠାରେ କମାଇବାକୁ ଚାହୁଁ ଆସାର୍ଟ୍ ସାମାଜିକ ଅନୁଷ୍ଠାନ ଏବଂ ଆଇରହନ୍ ୱଲଫର ଫାଉଣ୍ଡେସନ ଟ୍ରଷ୍ଟ ର ସହଯୋଗ, ପ୍ରଛାହନରେ ଜିଲ୍ଲା ରେ ଲୁକ୍କାୟିତ ଭାବେ ଥିବା ପ୍ରତିଭା ମାନଙ୍କୁ ଚିହ୍ନଟ କରି ଦକ୍ଷତା ସଂପନ୍ନ ପ୍ରଶିକ୍ଷକ ମାନଙ୍କ ଦ୍ବାରା ସେମାନଙ୍କ ଦକ୍ଷତା ବୃଦ୍ଧି କରିବା , ରାଜ୍ୟ ଏବଂ ରାଷ୍ଟ୍ରୀୟ ଚୟନ ର୍କତା ମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଭିନ୍ନ ପ୍ରତିୟୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପ୍ରଦାନ କରି ଆନ୍ତର୍ଜାତିକ କ୍ରୀଡାବିତ୍ କରିବା ପାଇଁ ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମ୍ସ ଏକାଡେମୀର ସ୍ଥାପନା କରି ଅପହଞ୍ଚ ଇଲାକାରେ ବସବାସ କରୁଥିବା ଆର୍ଥିକ ଅନଟନ ର କୁନି କୁନି ପିଲାମାନଙ୍କୁ ସେମାନଙ୍କ ଲୁକ୍କାୟିତ ପ୍ରତିଭା କୁ ସମ୍ମାନ ଏବଂ ନ୍ୟାୟ ପ୍ରଦାନ କରିବାର ଲକ୍ଷ୍ୟ ନେଇ ରଗବୀ, ଫୁଟବଲ, ସନ୍ତରଣ, ଭଲିବଲ ,ଏଥଲେଟିକ୍ , କ୍ରୀକେଟ୍, ସିପକ ଟାକ୍ରୋ, ଫଟଭଲି, ଫୁଟବଲ ଟେନିସ୍, ଭଳି ଖେଳକୁ ପ୍ରଛାହନ କାର୍ଯ୍ୟକ୍ରମ ହାତକୁ ନେଇ ରଗବୀ, ଫୁଟଭଲି, ଫୁଟବଲ ଟେନିସ୍ ଭଳି ଖେଳରେ ରାଜ୍ୟ ଏବଂ ରାଷ୍ଟ୍ରୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ଖେଳାଳୀ ସୃଷ୍ଟି କରିବା ରେ ନିଜ ପ୍ରଚେଷ୍ଟାରେ ସକ୍ଷମ ହୋଇପାରିଛୁ ବୋଲି ଏକାଡେମୀର ସ୍ଥାପକ ମହମ୍ମଦ ଜିଆଉଦ୍ଧିନ୍ ଅହମ୍ମଦ୍ ଆମ ପ୍ରତିନିଧିଙ୍କୁ କହିଥିଲେ।