ଭିନ୍ନକ୍ଷମଙ୍କୁ ମାଗଣା ଚାଉଳ ମିଳିବ ପ୍ରତିଶ୍ରୁତି ଦେଲେ ଭିଡିଓ…

add-all

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ମାଓ ଇଲାକା ତଥା ଦୁର୍ଗମ ପାଙ୍ଗା ଉପରସାହି ପଂଚାୟତର ଗଣ୍ଡାପଡ଼ା ଗ୍ରାମର ବସୁମତୀ ମଲ୍ଲିକ l ଜଣେ ଭିନ୍ନକ୍ଷମ ଆଦିବାସୀ ମହିଳା lତାଙ୍କୁ ଭିନ୍ନକ୍ଷମ ଭତ୍ତା ମିଳୁଛି l କିନ୍ତୁ ଚାଉଳ ମିଳୁନି lଭିନ୍ନକ୍ଷମ ଯୋଗୁଁ କୌଣସି କାମଧନ୍ଦା କରିପାରୁନାହାନ୍ତି ବସୁମତୀ l ଚାଉଳ ଗଣ୍ଡାକ ପାଇବା ପାଇଁ ସେ ପଂଚାୟତରୁ ଆରମ୍ଭକରି ବ୍ଲକ, ଉପଜିଲାପାଳ. ଓ ଏପରିକି ଜିଲାପାଳଙ୍କ ନିକଟରେ ଲିଖିତ ଭାବେ ଜଣାଇ ଥିଲେ ବି କୌଣସି ସୁଫଳମିଳିଲାନି lଫଳରେ ବାଧ୍ୟହୋଇ ସେ ବହୁକଷ୍ଟ ରେ ଗାଡି ରେଆସି ବ୍ଲକ ଛକ ରେ ଓଲ୍ଲlଇ ହାତ ସାହାଯ୍ୟରେ ଗୁରୁଣ୍ଡି ଗୁରୁଣ୍ଡି ଆସି ବିଡ଼ିଓ ବାବୁଙ୍କୁ ଦୁଃଖ ଜଣାଇଥିଲେ l ବିଡ଼ି ଓ ସବୁ ଶୁଣିବା ପରେ ଅତିଶୀଘ୍ର ବସୁମତୀ ଙ୍କୁ ମାଗଣା ଚାଉଳ ଯୋଗାଇବା ବ୍ୟବସ୍ଥା କରିବେ ବୋଲି କହିଥିଲେ lବିଡ଼ିଓ ରଶ୍ମି ରଞ୍ଜନ ମହନ୍ତଙ୍କ ଠାରୁ ଦୃଢ଼ପ୍ରତିଶୃତି ପାଇବା ପରେ ବସୁମତୀ ଖୁସି ହୋଇ ଯାଇଥିଲେ l ସରକାର ଗରିବ ଗୁରୁବାଙ୍କ ପାଇଁ ଅନେକ ଯୋଜନା ମାନ କରିଛନ୍ତି ଆଉ ପର୍ଯ୍ୟାପ୍ତ ଅର୍ଥ ଅନୁଦାନ ବି ଯୋଗାଇ ଦେଉଛନ୍ତି ତେବେ ଅଧଃସ୍ଥନ ସରକାରୀ ବାବୁମାନଙ୍କ ଖାମଖିଆଲି କାରବାର, ଉପର ଠାଉରିଆ,ଓ ଦୁର୍ନିତୀ ପୁର୍ଣ୍ଣ ମନୋଭାବ ଯୋଗୁଁ ବସୁମତୀଙ୍କ ପରି ଅନେକ ପ୍ରକୃତ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବାଦ ପଡୁଛନ୍ତି ଫଳରେ ସରକାରଙ୍କ
ଲକ୍ଷ ସାଧିତ ହୋଇପାରୁନି ବୋଲି ଲୋକମାନେ କହୁଥିବା ଶୁଣିବାକୁ ମିଳିଥିଲା l

ad-week
Leave A Reply

Your email address will not be published.