ରାଜ୍ୟରେ ଦୁର୍ନୀତି ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲା ଭାଜପା…

add-all

ଛତ୍ରପୁର : ରାଜ୍ୟରେ ଦୁର୍ନୀତି ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ବରିଷ୍ଠ ମନ୍ତ୍ରୀଙ୍କ ହତ୍ୟା, ରାଜ୍ୟରେ ଅରାଜକତା ଓ ଜନସାଧାରଣଙ୍କ ଅସୁରକ୍ଷିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏଥିପାଇଁ ଦାୟୀ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ ନେଇ ଗଞ୍ଜାମ ଜିଲ୍ଲା ଓ ଘୁମୁସର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ବୁଧବାର ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ବାସଭଵନ ଠାରୁ ଏକ ପଦଯାତ୍ରାରେ ବାହାରି ଶତାଧିକ ଭାଜପା ନେତା ଓ କର୍ମଚାରୀ ଜିଲ୍ଲାପାଳଙ୍କ ଅଫିସbନିକଟରେ ପହଞ୍ଚିଥିଲେ। ଏଥିସହ ବ୍ୟାରିକେଟ୍‌ ଭାଙ୍ଗି ଭାଜପା ନେତା ଓ କର୍ମୀଙ୍କ ପକ୍ଷରୁ ଜିଲାପାଳଙ୍କ ଅଫିସ କୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହାସହିତ କୁଶ ପୁତ୍ତଳିକା ମଧ୍ୟଦାହ କରିଥିଲେ,ତେବେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟି ର ରାଜ୍ୟ ଉପସଭାପତି ଭୃଗୁ ବକ୍ସି ପାତ୍ର, ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ଘୁମସୁର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର,ଲକ୍ଷ୍ମୀ ଚରଣ ପଣ୍ଡା, ଡ଼ି. ସୁରେଶ ରେଡ୍ଡୀ,ଅନିଲ କୁମାର ପଣ୍ଡା, ସିଦ୍ଧାନ୍ତ ଗଙ୍ଗଦେବ, ଦୀପକ କୁମାର ପ୍ରଧାନ, ପ୍ରଭାତ କୁମାର ଷଡ଼ଙ୍ଗୀ,ନୀଳମଣି ବିଷୋୟୀ, ଅରୁଣ ପଣ୍ଡା,ସରୋଜ ସାବତ,ରଞ୍ଜନ କୁମାର ପଲାଇ, ଏନ. ଦୀନବନ୍ଧୁଙ୍କ ସମେତ ଦୁଇଟି ଜିଲାର ନେତୃ ମଣ୍ଡଳୀ ଏବଂ କର୍ମୀ ମାନେ ଉପସ୍ଥିତ ଥିଲେ

ad-week
Leave A Reply

Your email address will not be published.