ବିନା ଫଳକ ତଥା ଧର୍ମକୁ ଆଖି ଠାର ନୀତିରେ ଚାଲିଛି ରାସ୍ତା କାମ…

youtube

ଯନ୍ତ୍ରୀ ଓ ଠିକାଦାର ମାଲା ମାଲ ପ୍ରଶାସନ ନିରବ ଦ୍ରଷ୍ଟା….

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ର ମୁଖ୍ୟତଃ ଉମେରକୋଟ, ଝରୀଗାଁ, ତଥା ରାଇଘର ବ୍ଲକ ଅଞ୍ଚଳ ରେ ଦୁର୍ନୀତି ଚରମ ସୀମା ରେ ପହଞ୍ଚି ଯାଇଛି l ସରକାରୀ ଯୋଜନା ଏଠାରେ ବାଟମାରଣା କହିଲେ କିଛି ଭୁଲ ହେବ ନାହିଁ ଯେଉଁଠି ହାତ ମାରିବ ସେହିଠି ପାଇବ ଦୁର୍ନୀତିର ଗନ୍ଧ, ଜିଲ୍ଲା ପ୍ରଶାସନ ଏଠାରେ ଧୃତରାଷ୍ଟ୍ର ସାଜିଛି l ପ୍ରତ୍ୟେକ ଦିନ ବିଭିନ୍ନ ଗଣ ମାଧ୍ୟମରେ ଏହିଭଳି ଦୁର୍ନୀତି କୁ ନେଇ ଖବର ପାଉଥିବା ସତ୍ୟେ ଜିଲ୍ଲାର ପ୍ରଶାସନ ଅଧିକାରୀ ମାନେ ଚୁପ..! ଏଠାରେ ସୂଚନା ଥାଉକି ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜାପାରା ପଞ୍ଚାୟତ ପାଖ ରେ ଯାଇଥିବା ରାଜ୍ୟ ସଡ଼କ ପଥ ମୁଖ୍ୟ ରାସ୍ତାରୁ ସୀମାନ୍ତଵର୍ତ୍ତୀ ହାତୀଗାଁ ପଞ୍ଚାୟତକୁ ସଂଯୋଗ କରୁଥିବା ବାର କିଲୋମିଟର ଯେଉଁ ପିଚୁ ରାସ୍ତା ଅଛି ସେହି ରାସ୍ତାର ଦୁଇ ପାର୍ଶରେ ମାଟି କାମ କରି ରାସ୍ତାର ପ୍ରସାରଣ ଓ ମରାମତି କାମ ଦେଖିବାକୁ ମିଳୁଛି l ଯାହାକି ଅତି ନିମ୍ନ ମାନର ଯାହାକୁ ନେଇ ରାସ୍ତା କାମ ତଦାରକ କରୁଥିବା ଠିକାଦାରଙ୍କ ସୁପରଭାଇଜର ଙ୍କୁ ଉକ୍ତ କାର୍ଯ୍ୟର ସମ୍ପୂର୍ଣ ତଥ୍ୟ କୁ ନେଇ ପଚାରିବାରୁ ଅତି ବେପରୁଆ ଭାବେ କହିଲେ ଏହି କାମଟି ହେଲା ସେଣ୍ଟ୍ରାଲ କାମ, କାର୍ଯ୍ୟର ଫଳକ ନାମା ଗଞ୍ଜାପାରା ପାଖରେ ଲାଗିଛି କିନ୍ତୁ ଗଞ୍ଜାପାରା ପାଖରେ କୌଣସି ଫଳକନାମା ଲାଗିନାହିଁ l ମାରଙ୍ଗପାଳି ଗ୍ରାମ ପାଖରେ ଏହି ରାସ୍ତାର ଦେଖ ରେଖ କରୁଥିବା ଆଉ ଜଣେ ସୁପରଭାଇଜରଙ୍କ ପଚାରିବାରୁ ସେ ଵି କୌଣସି ସନ୍ତୁଷ୍ଟ ଜନକ ଉତ୍ତର ଦେଇ ପାରିଲେ ନାହିଁ l ସ୍ଥାନୀୟ ଜେଇ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ କେବଳ କାମଟି ପୂର୍ତ୍ତବିଭାଗର ଓ ଏହାର ଅଟକଲ ମୂଲ୍ୟ ବାର କୋଟି ମାତ୍ର ବୋଲି କହିଥିଲେ କିନ୍ତୁ କାର୍ଯ୍ୟର ସମ୍ପୂର୍ଣ ବିବରଣୀ ଦେଲେ ନାହିଁ ଫଳକନାମା ବିଷୟରେ ପଚାରିବାରୁ କହିଲେ କି କାମର ଏବେ ଯାଏ ଉଦଘାଟନ ହେଇ ନାହିଁ ଉଦଘାଟନ ହେବା ପରେ ଫଳକନାମା ଲାଗିବ ପୂର୍ତ୍ତବିଭାଗ କାମର ଫଳକନାମା କାମ ସରିବା ପରେ ଲାଗେ ଯାହାକି ଦାୟିତ୍ୱ ହିନତା ପତିକ୍ରିୟା କହିଲେ କିଛି ଭୁଲ ହେବନାହିଁ l ରାଇଘର ବ୍ଲକ ଏକ ଆଧିବାସୀ ଅର୍ଧୁଷିତ ଅଞ୍ଚଳ ହେଇଥିବାରୁ ନିରୀହ ଅଞ୍ଚଳବାସୀ କାମ ଧନ୍ଧା ନ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଜାଆନ୍ତି, ଏବଂ ଦାଦନ ଖଟିବାକୁ ଯାଇ ମୃତ୍ୟୁର ଶିକାର ହୋଇ ଥିବାବି ନଜିର ରହିଛି l

ସରକାରୀ ବାବୁ ମାନେ ସରକାର ଙ୍କ ବିଭିନ୍ନ ଯୋଜନା କୁ ଆସୁଥିବା ଅର୍ଥ କୁ ଦିନ ଦିପହରେ ଲୁଟି ଚାଲୁଛନ୍ତି ଏମାନଙ୍କ ପ୍ରତି କୌଣସି ଅଙ୍କୁଶ ନାହିଁ କଣ୍ଟ୍ରାକ୍ଟର ଓ ସରକାରୀ ବାବୁ ମାନଙ୍କ ମଧୁଚଦ୍ରିକା ରେ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ର ଅର୍ଥ ହେଉଛି ହରଲୁଟ, ସରକାରୀ ନୀତିନିୟମ କୁ ମାନୁନାହାନ୍ତି ଧର୍ମକୁ ଆଖିଠାର ନୀତିରେ ଚାଲୁଛି କାର୍ଯ୍ୟ l ଯେମିତି ଲୋକଙ୍କୁ ଦୟା ଦେଖାଇ ନିଜ ପକେଟ ରୁ ଖର୍ଚ୍ଚ କରିବା ପରି ଏହିମାଙ୍କ ବ୍ୟବହାର l ଏଠାରେ ସୂଚନା ଥାଉକି ପୂର୍ତ୍ତବିଭାଗର ମନ ମାନି କାର୍ଯ୍ୟକୁ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟ୍ୟମ ରେ ଖବର ପ୍ରକାଶିତ ହେଲା ପରେ ମଧ୍ୟ ଫଳ ଶୂନ୍ନ, ଠିକାଦାର ଓ ଜେଇ ମଧ୍ୟରେ ଚାଲେ ମଧୁ ଚନ୍ଦ୍ରିକା ଓ ରାତିରେ ହୁଏ ଆସର l ଠିକାଦାର ତଳୁ ଉପର ଯାଏ ସରକାରୀ ବାବୁ ମାନଙ୍କୁ ହାତବାରିସୀ ରୂପେ ବ୍ୟବହାର କରି ଅତି ରୁ ଅତି ନିମ୍ନ ମାନର କାମ କରି ଚାଲନ୍ତି, କୌଣସି ଉନ୍ନତିମୂଳକ କାର୍ଯ୍ୟର କାମ ହେବା ପୂର୍ବରୁ ଫଳକନାମା ଲାଗିବା ନିୟମ ଥିଲେ ମଧ୍ୟ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ଯାହାକୁ ନେଇ ରାଇଘର ବ୍ଲକର ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l ରାଇଘର ଅଞ୍ଚଳବାସୀଙ୍କ ମନରେ ବିଭିନ୍ନ ପ୍ରଶ୍ନ ଯେମିତି ଏହି ପିଚୁ ରାସ୍ତା ପାର୍ଶ୍ୱରେ ମାଟି ପକାଇ ରାସ୍ତାର ସମ୍ପ୍ରସାରଣ ଏହା ରାସ୍ତା ମରାମତି ନା ରାସ୍ତାର ନବୀକରନ ନା ନୂତନ ରାସ୍ତା ନିର୍ମାଣ, ଏହି ସବୁ ପ୍ରଶ୍ନର ଉତ୍ତର ଅଞ୍ଚଳବାସୀ ଖୋଜି ନ ପାଇଁ ତୀବ୍ର ଜନ ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଛି l ଜିଲ୍ଲା ପ୍ରଶାସନ ଓ ବିଜିଲାନ୍ସ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳ ର ଜନସାଧାରଣ ଓ ବୁଦ୍ଧି ଯିବି ଦାବି ଜଣାଇଛନ୍ତି l

Leave A Reply

Your email address will not be published.