ଘରେ ପଶି ମହିଳାଙ୍କୁ ନିର୍ମମ ହତ୍ୟା…

add-all

ଛତ୍ରପୁର : ଗଞ୍ଜାମ ଜ଼ିଲା ଛତ୍ରପୁର ଥାନା ଅଧୀନ ବିପୁଳିଙ୍ଗି ଗ୍ରାମରେ ଘରେ ପଶି ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମହିଳା ଜଣକ ହେଲେ ରାଧାଶ୍ୟାମ ଚୌଧୁରୀଙ୍କ ସ୍ତ୍ରୀ ସୁପ୍ରଭା ଚୌଧୁରୀ। ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଏ ସମ୍ପର୍କରେ ଖବର ପାଇ ଛତ୍ରପୁର ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି। ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ହତ୍ୟା କରାଯାଇଛି। ମୃତ ଦେହକୁ ପୋଲିସ ଜବତ କରିଛି ତାଙ୍କ ସ୍ବାମୀ ବାହାରେ ରହୁଛନ୍ତି।

ad-week
Leave A Reply

Your email address will not be published.