ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇଲେ ବ୍ରହ୍ମପୁର ଝିଅ ମଧୁସ୍ମିତା, ଚାରିଆଡ଼ୁ ପ୍ରଶଂସାର ସୁଅ…

add-all

ବ୍ରହ୍ମପୁର : ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ବ୍ରହ୍ମପୁରର ଝିଅ ମଧୁସ୍ମିତା ପାତ୍ର। ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜରୋ ସଫଳତାର ସହ ଆରୋହଣ କରି ସୁନାମ ଅର୍ଜନ କରିଛନ୍ତି। ମଧୁସ୍ମିତା ପାତ୍ର ୧୦ ତାରିଖରେ ମରାଙ୍ଗୁ ଫାଟକ ଦେଇ କିଲିମାଞ୍ଜାରୋ ଆରୋହଣରେ ବାହାରି ଥିଲେ। ପ୍ରତ୍ୟେକଦିନ ପ୍ରାୟ ୫ ରୁ ୭ ଘଣ୍ଟା ପାହାଡ ଚଢି ଆଗକୁ ବଢ଼ିଥିଲେ। ଶେଷରେ ୧୨ତାରିଖରେ ମଧୁସ୍ମିତା ପହଞ୍ଚିଥିଲେ ବେସ୍ କ୍ୟାମ୍ପରେ। ସେଠାରେ କିଛି ଘଣ୍ଟା ବିଶ୍ରାମ ନେବାପରେ ରାତି ୧୨ଟା ସମୟରେ ନିଜ ଗାଇଡ଼ ସହ ସେ କିଲିମାଞ୍ଜରୋର ଅନ୍ତିମ ଆରୋହଣରେ ବାହାରିଥିଲେ। ରାତିର ବିଯୁକ୍ତ ତାପମାତ୍ରା ଏବଂ ଅଲଟ୍ଟୀଟ୍ୟୁଟ ପ୍ରେସର ପର୍ବତାରୋହୀଙ୍କ ଉପରେ ପ୍ରଭାବ ପକାଇଥାଏ ଯାହା ଫଳରେ ଚାଲିବାର ବେଗ ବହୁତ କମିଯାଇ ଥାଏ। ପର୍ବତାରୋହୀଙ୍କୁ କ୍ଲାନ୍ତ ଅନୁଭବ କରାଇଥାଏ। କିନ୍ତୁ ମଧୁସ୍ମିତା ଏସବୁକୁ ଖାତିର୍ ନକରି ଗାଇଡ଼ ସହ ଆଗକୁ ଆଗକୁ ବଢି ଚାଲିଥିଲେ। ୧୩ ତାରିଖ ସକାଳ ୭.୦୫ ସମୟରେ ମଧୁସ୍ମିତା କିଲିମାଞ୍ଜରୋ ଶିଖରରେ ପହଂଚି ନିଜ ଦେଶର ଜାତୀୟ ପତକାକୁ ଉଡାଇଥିଲେ। ବେସ୍ କିଛି ସମୟ ଶିଖରରେ ରହିବା ପରେ ପୁନର୍ବାର ବେଶକ୍ୟାମ୍ପ ଦେଇ ତଳକୁ ଓଲ୍ହାଇ ଆସିଥିଲେ। ମଧୁସ୍ମିତା ପୂର୍ବତନ ବାୟୁସେନା ଅଧିକାରୀ ପ୍ରେମାନନ୍ଦ ପାତ୍ର, ମାତା ପୁଷ୍ପାଞ୍ଜଳି ପାତ୍ରଙ୍କ କନିଷ୍ଠ କନ୍ୟା । ସେ ବର୍ତ୍ତମାନ କମ୍ପ୍ୟୁଟର ଇଞ୍ଜିନିୟର ଭାବେ ଟିସିଏସ୍ କମ୍ପାନୀ ଚେନ୍ନାଇରେ କାର୍ଯ୍ୟରତ। ମଧୁସ୍ମିତା ଜଣେ ତାଲିମପ୍ରାପ୍ତ ପର୍ବତାରୋହୀ। ସେ ୨୦୨୨ରେ ଭାରତୀୟ ସରକାରଙ୍କ ଦ୍ୱାରା ପରିଚାଳିତ ହିମାଳୟ ପର୍ବତାରୋହଣ ସଂସ୍ଥା HMI ଶିକ୍ଷାଆନୁଷ୍ଠାନରୁ ଶିକ୍ଷାଲାଭ କରିଛନ୍ତି। ଆଗାମୀଦିନରେ ମଧୁସ୍ମିତା ଅନ୍ୟ ମହାଦେଶର ଉଚ୍ଚତମ ପାହାଡ ଏବଂ ବିଶ୍ୱର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ ଲକ୍ଷ୍ୟ ରଖିଛନ୍ତି।

ad-week
Leave A Reply

Your email address will not be published.