ଭାରତୀୟ କ୍ରିକେଟର ପୃଥ୍ଵୀ ସ’ଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହେ‌ଲେ ୟୁଟ୍ୟୁବର୍ ସପ୍ନା ଗିଲ…

add-all

ମୁମ୍ବାଇ: ବ୍ଲଗର୍ ଏବଂ ୟୁଟ୍ୟୁବର୍ ସପ୍ନା ଗିଲ ଗିରଫ। ଭାରତୀୟ ଦଳର ଷ୍ଟାର କ୍ରିକେଟର ପୃଥ୍ବୀ ସ’ଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗରେ ଗିରଫ କଲା ପୁଲିସ। ଓସିୱାରା ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗିରଫ ପରେ ସପ୍ନା ଗିଲଙ୍କ ମେଡିକାଲ କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗିରଫ ପରେ ଶୁକ୍ରବାର ସପ୍ନା ଗିଲଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ଏକାଧିକ ‌ଲୋକଙ୍କୁ ଗିରଫ କରାଯିବାର ଆଶଙ୍କା ରହିଛି। ବର୍ତ୍ତମାନ ଅଭିଯୁକ୍ତଙ୍କ ପକ୍ଷରୁ କୌଣସି ପାଲଟା ଏତଲା ଦାଖଲ କରାଯାଇ ନାହିଁ।
ସୂଚନା ମୁତାବକ, ପୃଥ୍ଵୀ ସ ଏବଂ ତାଙ୍କ ସାଙ୍ଗଙ୍କୁ ହୋଟେଲ ବାହାରେ କିଛି ଯୁବକ ଆକ୍ରମଣ କରିଥିଲେ | ସେଲ୍ଫି ନେବାକୁ ମନା କରିବାରୁ ଏହି ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି | ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ମୁମ୍ବାଇର ଏକ ପଞ୍ଚତାରକା ହୋଟେଲକୁ ପୃଥ୍ଵୀ ସ ତାଙ୍କ ସାଙ୍ଗଙ୍କ ସହ ଆସିଥିଲେ | ହୋଟେଲ ପରିସରରେ ୨ ଜଣଙ୍କ ସହ ସେ ସେଲଫି ନେଇଥିଲେ। ଏହା ପରେ ଅଧିକ ଲୋକ ଆସି ପୁଣି ସେଲଫି ନେବାକୁ କହିଥିଲେ। ପୃଥ୍ଵୀ ମନା କରି କହିଥିଲେ ଯେ ସେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଏଠାକୁ ଆସିଛନ୍ତି। ସେଲ୍ଫି ନେବାକୁ ମନା କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା। ତା’ପରେ ଅଭିଯୁକ୍ତମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଟଙ୍କା ଦେବାକୁ ଧମକ ଦେଇଥିଲେ। ଟଙ୍କା ନ ଦେଲେ ମିଛ ମାମଲାରେ ଫସାଇଦେବାକୁ କହିଥିଲେ |

ad-week
Leave A Reply

Your email address will not be published.