
ଫିରିଙ୍ଗିଆ : ସାରା ରାଜ୍ୟରେ କିଛିଦିନ ହେଲା ପିଡିଇସ ଚାଉଳ କୁ ନେଇ ରାଜନୀତି ସର୍ଗରମ ରହିଥିବା ବେଳେ ଏହି ଚାଉଳ ରାଜନୀତି ର ପ୍ରଭାବ ଅଧିସୁତ କନ୍ଧମାଳ ଜିଲ୍ଲା ରେ ମଧ୍ୟ ଦେଖିବାକୁ ମିଳିଛି | ଗୁରୁବାର ରାଜ୍ୟ ବିଜେଡି ର ନିର୍ଦେଶ କ୍ରମେ ରାଜ୍ୟର ସମସ୍ତ ବ୍ଲକ ମୁଖ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟାଳୟ ଯାଏ ସବୁଠି ପ୍ରତିବାଦ ସଭା କରିବା ସହ ଭିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଜିଲ୍ଲାର ଦ୍ଵିତୀୟ ବୃହତମ ବ୍ଲକ ଭାବରେ ଜଣା ଶୁଣା ଫିରିଙ୍ଗିଆ ବ୍ଲକ ରେ ମଧ୍ୟ୍ୟ ଏହି ଭିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା | ତେବେ ବିଜେଡି ର ବ୍ଲକ ସଭାପତି ରଜନୀକାନ୍ତ ମଲିକ ଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଏହି କନ୍ଧମାଳ ଜିଲ୍ଲା ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ ମଳିକ, ଜିଲ୍ଲାପରିଷଦ ସଭ୍ୟ ନୀଳଗିରି ଡିଗାଲ, ଜିଲ୍ଲାପରିଷଦ ସଭ୍ୟା ଜୟଶ୍ରୀ ମଳିକ, ପୂର୍ବତନ ବ୍ଲକ ଅଧକ୍ଷ ଲାଲନନ୍ଦ ପ୍ରଧାନ, ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର ଙ୍କ ସହ ଭିଭିନ୍ନ ପଂଚାୟତ ରୁ ଆସିଥିବା ସରପଞ୍ଚ ସମିତି ସଭ୍ୟ ମାନେ ଉପସ୍ଥିତ ଥିବା ବେଳେ ଅଂଚଳର ଶତାଧିକ ବିଜେଡି କର୍ମୀ ଓ ନେତା ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମ ଶେଷରେ ବିଜେଡି କର୍ମୀ ଓ ନେତା ମାନେ ଏକ ଶୋଭାଯାତ୍ରା ରେ ବ୍ଲକ କାର୍ଯ୍ୟାଳୟ କୁ ଆସି ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ରଶ୍ମିରଂଜନ ମହନ୍ତ ଙ୍କୁ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ |