
ସୁନ୍ଦରଗଡ଼ (୧୬/୦୨) : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ୧୦ କିଲୋ ଚାଉଳ ଦେବାର ନିୟମ ଥିବା ବେଳେ କେନ୍ଦ୍ର ସରକାର ୫ କିଲୋ ଚାଉଳ କାଟି ଦେଇ କେବଳ ୫ କିଲୋ ଦେଇ ଥିବାରୁ ସୁନ୍ଦରଗଡ଼ ବିବେକାନନ୍ଦ ଛକ ଠାରେ ସୁନ୍ଦରଗଡ଼ ବିଜୁ ଜନତା ଦଳ ( ପୌରାଞ୍ଚଳ ଓ ସଦର ବ୍ଲକ) ପକ୍ଷରୁ ଏହାର ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରତିବାଦ ସଭାରେ ସୁନ୍ଦରଗଡ଼ ପୌରପାଳିକା ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ାଙ୍କ ସଭାପତିତ୍ବରେ ରାଜ୍ୟ ସାଧାରଣ ସମ୍ପାଦକ ଯୋଗେଶ କୁମାର ସିଂ, ପୂର୍ବତନ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ସନ୍ତୋଷ ଅମାତ, ରାଜ୍ୟ ବିକୁ ଜନତା ଦଳ କାର୍ଯ୍ୟକାରୀ ସଭାପତି ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବୈଷୟିକ ସଭ୍ୟ ବୈକୁଣ୍ଠ କୁମାର ନାଏକ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ନୀତିର ନାମକୁ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ନାମରେ ସାଧାରଣ ଜନତାଙ୍କୁ ଭୁଆଁ ବୁଲାଇବା ଅଭିଯୋଗ କରିଥିଲେ।ପୂର୍ବରୁ ଉପା ସରକାର ସମୟରେ ଏହି ଖାଦ୍ୟ ନୀତିକୁ ପ୍ରଣୟନ କରାଯାଇଥିବା ବେଳେ କେନ୍ଦ୍ର ସରକାର ରାଜନୈତିକ ସ୍ୱର୍ଥସାଧନ ପାଇଁ ଚଞ୍ଚକତା ପୂର୍ବକ ଉକ୍ତ ନୀତିକୁ ପରିବର୍ତ୍ତନ କରି ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଗରିବମାରଣ ନୀତିକୁ ବିରୋଧ କରି ସ୍ଥାନୀୟ ବିବେକାନନ୍ଦ ଛକଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଜୁ ଜନତା ଦଳ ତରଫରୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା ଜନ୍ମଜୟ ମହାପାତ୍ର, ଜୟନାରାୟଣ ତ୍ରିପାଠୀ, ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ଜିଲ୍ଲା ପରିଷଦ ସଭ୍ୟ ଅଶ୍ଵିନୀ ନାଏକ, ବରିଷ୍ଠ ନେତା ଜିତେନ୍ଦ୍ର କର, ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଲତା ନାଏକ, କାଉନସିଲର ହେମନ୍ତ ପାଢ଼ୀ, ଅନିଲ ମହାପାତ୍ର, କୌଶିକ ପଟେଲ, ସୁମନ୍ତ ସାହୁ, ଦୁଶିଲା ଦନସନା, ସୁଶିଲ ନାଗ, ଆଝାର ହୁସେନ, କୈଳାସ ତନ୍ତୀ, ରଜନୀ ରୋହିଦାସ, ବରିଷ୍ଠ ନେତା ଜଗଦୀଶ ପ୍ରତାପ ଦେଓ, କୁଲଦୀପ ପ୍ରତାପ ଦେଓ, ସୁନିଲ ମହାପାତ୍ର, ଗୌରାଙ୍ଗ ଧଳ, ରାଜ୍ୟ ଛାତ୍ର ସମ୍ପାଦକ ଶିବାଜୀ ନାଏକ, ରାଜ୍ୟ ଯୁବ ସମ୍ପାଦକ ମୁକେଶ ପୁରୋହିତ, ଛାତ୍ର ସଭାପତି ସେହବାଜ ହୁସେନ, ଆଶିଷ ତ୍ରିପାଠୀ, ଉମେଶ ଶର୍ମା,ବିସ୍ମୟ ପଟ୍ଟନାୟକ,ସୁନିଲ ମହାପାତ୍ର,ମହିଳା ନେତ୍ରୀ ପ୍ରିୟଙ୍କା ଜେନା, ବୀଣା ସାହୁ, ଚମେଲି ଓରାମ, ସସ୍ମିତା ପଟେଲ , କାମିନୀ ମହାପାତ୍ର, ଧିରଜ୍ ପ୍ରସାଦ , ସୁଶାନ୍ତ ଦେବ, ନିଖିଲ ସାହୁ , ଆଶିଷ ପଶାୟତ, ଜଗଦୀଶ ସାହୁ, ରୋସନ ସାହୁ , ସୁବ୍ରତ ନାଏକ, ଅଜୟ ସାହୁ, ପର୍ ବେଜ୍ ଖାନ୍, ଅନିରୁଦ୍ଧ ସାହୁ, ବିକାଶ କଣ୍ଠାରି, ପ୍ରଣବ ଆଚାର୍ଯ୍ୟ, ଶୁଭମ୍ ଗୁରୁ, ସରୋଜ ସାହୁ, ସୁନିଶ୍ ପୂଜାରୀ, ସନ୍ତୋଷ ସାହୁ, ଶକ୍ତି ବେହେରା, ଟିକାୟତ୍ ବାବୁ, ସ୍ଵର୍ଣ୍ଣ ମାଝୀ, ଆନନ୍ଦ ଲାଲ ଶେଖର ଦେଓ, ମୁକେଶ ଦେହୁରିଆ, ସୁଜାତା ନାଏକ, ସୁରେଶ ମୁଣ୍ଡା, ପ୍ରଶାନ୍ତ ନାଏକ, ସୁଶାନ୍ତ ସିଂ, ଆଙ୍କି ସାହୁ, ସନ୍ତୋଷ ମଗର ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରିଥିଲେ।