ଦାରିଙ୍ଗବାଡ଼ି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୧ତମ ବାର୍ଷିକ ଉତ୍ସବ

add-all

ଦାରିଙ୍ଗବାଡ଼ି,୧୬/୨ : ଦାରିଙ୍ଗବାଡ଼ି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମନଶ୍ୱନୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ କୈଳାଶ ଧଳ ସଭା ପରିଚାଳନା କରିଥିବା ବେଳେ ବ୍ୟବସ୍ଥା ପ୍ରମୁଖ ପ୍ରଶାନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଅନ୍ୟତମ ଅତିଥି ଭାବେ ବିଡ଼ିଓ ଗଦାଧର ପାତ୍ର, ବିଇଓ ରସାନନ୍ଦ କର,ଦାରିଙ୍ଗବାଡ଼ି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ, ପୂର୍ବତନ ବିଦ୍ୟାଳୟ ସଭାପତି ରମେଶ ଚନ୍ଦ୍ର ସାହୁ,ଶିକ୍ଷା ବିକାଶ ସମିତି ବାଲିଗୁଡା ସଂକୁଳ ପ୍ରମୁଖ ତୀର୍ଥବାସୀ ଘଡ଼ାଇ,ବାଲିଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପୁର୍ଣଚନ୍ଦ୍ର ପଣ୍ଡା,ପୁର୍ବତନ ପ୍ରଧାନ ଆଚାର୍ଯ୍ୟ ରମାକାନ୍ତ ଭୋଇ,ଶିଶୁ ମନ୍ଦିର ର ସଭାପତି ନିରଞ୍ଜନ ସାହୁ ଉପସଭାପତି ଗୌରୀ ସାହୁ, କୋଷାଧ୍ୟକ୍ଷ ଦିଲିପ କୁମାର ସାହୁ, ସହସମ୍ପାଦକ ରାଜେନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ରହିଥିଲେ। ପ୍ରଧାନ ଆଚାର୍ଯ୍ୟା ମନସ୍ବିନୀ ତ୍ରିପାଠୀ ବାର୍ଷିକ ବିବରଣୀ ପଠନ କରି ବିଦ୍ୟାମନ୍ଦିର ଛାତ୍ରୀ ଛାତ୍ର ଅନେକ ପ୍ରତିଯୋଗିତା ସହ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ତାଲିକା ପ୍ରକାଶ କରିଥିଲେ। ସେହିପରି ଅତିଥି ମାନେ ଶିଶୁ ମନ୍ଦିରର ଶିକ୍ଷା ଓ ପରୀକ୍ଷା ଫଳାଫଳ ଅନ୍ୟ ସରକାରୀ ବିଦ୍ୟାଳୟ ଠାରୁ ଭଲ ପ୍ରଦର୍ଶନ ନଜିର ରହିଥିବା ପ୍ରକାଶ କରିଥିଲେ।

ad-week
Leave A Reply

Your email address will not be published.