ଶିଶୁ ଶ୍ରମିକ ଉଦ୍ଧାର

add-all

ଫୁଲବାଣୀ: ଫୁଲବାଣୀ ଚାଇଲ୍ଡ ଲାଇନ ଦ୍ବାରା ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଟୋଲ ଫ୍ରି ନଂ ୧୦୯୮ରେ ଖବର ମିଳିବା ପରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସୂଚନା ଦିଆ ଯାଇଥିଲା।ଏହାପରେ ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ଶୁଭଦର୍ଶନୀ ନାୟକଙ୍କ ନେତୃତ୍ବରେ ଚାଇଲ୍ଡଲାଇନ୍‌ କେନ୍ଦ୍ର ସଂଯୋଜିକା ରଞ୍ଜିତା କାମ୍ପ, ଟିମ୍ ମେମ୍ବର ଶିବଶଙ୍କର ବେହେରା ଓ ସୌମ୍ୟରଞ୍ଜନ ମିଶ୍ର ପ୍ରମୁଖ ମିଳିତ ଭାବେ କ୍ଷୁଦ୍ର ଜଳସେଚନ କଲୋନିରୁ ସଂପୃକ୍ତ ଶିଶୁକୁ ଉଦ୍ଧାର କରାଯାଇ କାଉନ୍‌ସେଲିଂ କରାଯାଇଛି। ଶିଶୁର ବୟସ ୧୨ ବର୍ଷ ହେବ। ବର୍ଷେ ହେଲା କ୍ଷୁଦ୍ର ଜଳ ସେଚନ କଲୋନିରେ ଜନୈକା ସରକାରୀ କର୍ମଚାରୀଙ୍କ ଘରେ ରହିଥିଲେ । ଶିଶୁକୁ ଜିଲ୍ଲା ଶିଶୁମଙ୍ଗଳ କମିଟିରେ ହାଜର କରାଯାଇ କମିଟିର ଆଦେଶ ଅନୁସାରେ ଶିଶୁ ଯତ୍ନ ଅନୁଷ୍ଠାନରେ ଅସ୍ଥାୟୀ ଭାବେ ଥଇଥାନ କରାଯାଇଥିବା ଚାଇଲ୍ଡ ଲାଇନର କର୍ମକର୍ତ୍ତା ଶିବଶଙ୍କର ବେହେରା ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.