ନବ ନିଯୁକ୍ତ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କ ସମ୍ବର୍ଦ୍ଧନା

add-all

ମାଲକାନଗିରି (୧୭/୦୨) : ମାଲକାନଗିରି ଜିଲ୍ଲା ସଦର ମହକୁମା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଆନୁକୁଲ୍ୟରେ ନବ ନିଯୁକ୍ତ ଓଡିଶା ପ୍ରଶାସନିକ ସେବା ଅଧିକାରୀ ଦେବବ୍ରତ ମହାରଣାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲ। । ସେ ମାଲକାନଗିରିର ଶିକ୍ଷାବିତ୍ ରବିନ୍ଦ୍ର କୁମାର ମହାରଣା ଓ ପ୍ରଧାନ ଶିକ୍ଷୟିତ୍ରୀ ଗୋଲାପ କୁମାରୀ ସାହୁଙ୍କ ପୁତ୍ର ଅଟନ୍ତିା ମାଲକାନଗିରିରେ ଜନ୍ମ ହୋଇ ଏହି ଅଂଚଳରେ ପାଠ ପଢି କୃତିତ୍ୱର ସହ ଓଡିଶା ଲୋକ ସେବା ଆୟୋଗ ଦ୍ୱାରା ଆୟୋଜିତ ୨୦୨୦ ମସିହା ପରୀକ୍ଷାରେ ୫ମ ସ୍ଥାନରେ ଉତୀର୍ଣ ହୋଇ ମାଲକାନଗିରିକୁ ଗୌରବ ଆଣି ଦେଇଥିବାରୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫୁର ଉପଢୌକନ ଓ ଉପହାର ଦେଇ ସମ୍ବର୍ଦ୍ଧନା କରା ଯାଇଥିଲ।। ଉକ୍ତ ସମ୍ବର୍ଦ୍ଧନା ସଭାରେ ସଂଘର ସଭାପତି ସୀମାଂଚଳ ପାଣିଗ୍ରାହି ଅଧ୍ୟକ୍ଷତା କରିଥିବା ବେଳେ ଉପଦେଷ୍ଟା, ପୂର୍ୱତନ ଉପଜିଲ୍ଲାପାଳ ରଥିକୃଷ୍ଣ ପାତ୍ର, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଓ ଶ୍ରୀ ମହାରଣା ମଂଚାସୀନ ରହି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଆଶୀର୍ୱାଦ ପ୍ରଦାନ କରିଥିଲୋ ଏହାପରେ ସଂଘର କର୍ମକର୍ତା ବାଲାରାଜୁ ପାଢି, ପୂର୍ଣଚନ୍ଦ୍ର ସାହୁ, କେ. ଶିବଶଙ୍କର ପାତ୍ର, ବିଚିତ୍ରାନନ୍ଦ ରାଉତ, ସୀମାଚଳ ପଣ୍ଡା, ପ୍ରମୁଖ ଦେବବ୍ରତଙ୍କ ବାଲ୍ୟ ଜୀବନ, ପଢା ଜୀବନ ପ୍ରଭୃତି ବିଷୟରେ ଆଲୋଚନା କରି ଆଗାମୀ କର୍ମମୟ ଜୀବନରେ ଆଦିବାସୀ, ଦୁଃଖ, ଅସହାୟ, ମହିଳା ଓ ବରିଷ୍ଠ ନାଗରିକ ମାନଙ୍କୁ ସହାନୁଭୁତି ପ୍ରଦର୍ଶନ କରିବାକୁ ଉପଦେଷ ଦେଇଥିଲୋ ଅନ୍ୟମାନଙ୍କ ମଧ୍ୟରେ ଶିବ ପ୍ରସାଦ ପାତ୍ର, ଅଶୋକ ସାମଲ, ସୁରେନ୍ଦ୍ର ମହାରଣା, ଜଗନ୍ନାଥ ତିଆଡି, କେ. ଭେଙ୍କଟରାମଣା, ବିଘ୍ନରାଜ ଜେନା, ଚିରଂଜିବୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.