ହାଇସ୍କୁଲ ଶିକ୍ଷକ ସଂଘ ତରଫରୁ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

add-all

ମାଲକାନଗିରି (୧୭/୦୨) : ସରକାରୀ ହାଇସ୍କୁଲ ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘ ମାଲକାନଗିରି ତରଫରୁ ଗଣଶିକ୍ଷା ସଚିବ ନିକଟ ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ମାଲକାନଗିରି ଙ୍କ ଜରିଆରେ ଆଜି ଏକ ଦାବିପତ୍ର ପ୍ରଦାନ କରା ଯାଇଅଛି । ଦାବୀ ପତ୍ର ରେ ଉଲ୍ଲେଖ ରହି ଅଛି ଯେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଘୋଷିତ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା କରା ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହି ନିୟମ ଗଣଶିକ୍ଷା ବିଭାଗ ଦ୍ଵାରା ଅନୁପାଳନ କରା ଯାଇ ନାହିଁ । ଯାହା ଫଳରେ ୨୦୧୬ ରୁ ୨୦୨୨ ପର୍ଯ୍ୟନ୍ତ ନିଯୁକ୍ତି ପାଇ ଥିବା ଇନିସିଆଲ ଆପୋଇଣ୍ଟି ଶିକ୍ଷକ ମାନେ ବର୍ତ୍ତମାନ ସୁଦ୍ଧା ରେଗୁଲାର ହୋଇ ପାରି ନାହାନ୍ତି । ତତ୍ ସହିତ ଏହି ବିଭାଗ ରେ ୨୦୦୪ ମସିହା ରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇ ଅଛି ତେଣୁ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ନିଯୁକ୍ତି ପାଇ ଥିବା ସମସ୍ତ ସ୍ଥାୟୀ ଶିକ୍ଷକ ମାନଙ୍କୁ ମଧ୍ୟ ଛଅ ବର୍ଷ ର ଚୁକ୍ତି ଅବଧି କୁ ମୂଳ ଚାକିରୀ ସମୟ ସୀମା ରେ ଯୋଡିବା ଏବଂ ଛଅ ଟି ନୋସନାଲ ଇଂକ୍ରିମେଣ୍ଟ ପ୍ରଦାନ ଅନ୍ୟତମ ମୁଖ୍ୟ ଦାବୀ ଅଟେ । ଆଜି ର ଏହି ଦାବୀ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ଥିଲେ ।

ad-week
Leave A Reply

Your email address will not be published.