ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଦେଖିଲେ ପଞ୍ଚାୟତିରାଜ ବ୍ୟବସ୍ଥା ଅଧିକାରୀ…

add-all

ହିଞ୍ଜିଳିକାଟୁ ୧୯।୨ : ରବିବାର କଳାହାଣ୍ଡି ଜିଲ୍ଲାର ୪୫ ଜଣିଆ ପଞ୍ଚାୟତିରାଜ ଵ୍ୟବସ୍ଥା ର ଅଧିକାରୀ ଓ ପ୍ରତିନିଧି ଗଣ ହିଞ୍ଜିଳିକାଟୁ ବ୍ଳକ ଗସ୍ତରେ ଆସି ସାରୁ ପଂଚାୟତ, ଦାରୁଭଦ୍ରା ପଞ୍ଚାୟତ ଓ ଶାସନ ଆମ୍ଵଗାଁ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପକୁ ବୁଲି ଦେଖିଛନ୍ତି। ବିଶେଷ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ଉପରେ ଆଲୋଚନା କରିଥିଲେ।ଭାରତ ସରକାରଙ୍କ ପଞ୍ଚାୟତୀରାଜ ମନ୍ତ୍ରାଳୟ ଓ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ କିଟ ବିଶ୍ବବିଦ୍ୟାଳୟରେ ଆୟୋଜିତ ତିନି ଦିନିଆ କର୍ମଶାଳା ରେ ଭାଗନେଇଥିବା ଅନ୍ତିମ ଦିବସ ରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତିନିଧି ଗଣ ହିଞ୍ଜିଳିକାଟୁ ବ୍ଳକ ଗସ୍ତରେ ଆସି ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ରେ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ସହ ସରକାରଙ୍କ ଵିଭିନ୍ନ ଯୋଜନାର ସଫଳ ରୂପାୟନ ହୋଇଥିବା ନେଇ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ କୁକୁଡ଼ାଖଣ୍ଡି ବିଡିଓ ପଲ୍ଲବୀ ସ୍ବାଇଁ, ସିଏସ ଓ ଗଞ୍ଜାମ ପୁଷା ମୁଣ୍ଡା ,ଓଡିଶା କୃଷି ବିପଣନ ଵୋର୍ଡ ଉପଦେଷ୍ଟା ସୁରେନ୍ଦ୍ରନାଥ ପ୍ରଧାନ, ଡି ବିଶ୍ୱନାଥ, ଏନ ରଘୁନାଥ,ହିଞ୍ଜିଳିକାଟୁ ବ୍ଳକ ବିଜେଡ଼ି ଯୁବ ସଭାପତି ମନୋଜ କୁମାର ସାବତ, ହିଞ୍ଜିଳିକାଟୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ଵ୍ଳଡ ର ସମସ୍ତ ଯନ୍ତ୍ରୀ ସାରୁ, କଞ୍ଚୁରୁ, ଦାରୁଭଦ୍ରା ଓ ଶାସନ ଆମ୍ଵଗାଁ ପଞ୍ଚାୟତ ର ସମସ୍ତ ସରପଚଂ,ଜିଲ୍ଲାପରିଷଦ ସଭ୍ୟ ଏ ସୁଦର୍ଶନ, ବାଇ ଗୀତାଞ୍ଜଳି, ପ୍ରତି ସାହୁଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.