ଫୁଲବାଣୀ ଜ଼ିଲ୍ଲା ଲେଖକ ସାମ୍ମୁଖ୍ୟ ପୁସ୍ତକମେଳାର ରୌପ୍ୟ ଜୟନ୍ତୀ ସମାରୋହ…

add-all

ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଦ୍ୱାରା ଆସନ୍ତା ମାର୍ଚ୍ଚ ତିନି ତାରିଖରୁ ମାର୍ଚ୍ଚ ବାର ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଏ ଜେ ଓ ହାଇସ୍କୁଲ ପଢିଆ ( ବି. ଟିମ ପଢିଆ ) ଠାରେ ଦଶଦିନ ବ୍ୟାପୀ ପୁସ୍ତକ ମେଳା ଅନୁଷ୍ଠିତ ହେବ l ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରତିଷ୍ଠିତ ପ୍ରକାଶକ ଓ ବିକ୍ରେତାମାନେ ଯୋଗଦେବେ l ଅନ୍ୟୁନ ଶହେରୁ ଅଧିକ ଷ୍ଟଲ ଖୋଲିବା ସହ ପ୍ରତିଦିନ ବିଭିନ୍ନ ସାହିତ୍ୟ ସମାବେଶ ଅନୁଷ୍ଠିତ ହେବ l ରାଜ୍ୟର ଯଶ୍ୱସୀ ସାହିତ୍ୟିକ ସହିତ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ l ଦୈନିକ ଆପରାହ୍ଣ ଦୁଇଟା ଠାରୁ ରାତି ୯ ଟା ପର୍ଯ୍ୟନ୍ତ ପୁସ୍ତକ ବିକ୍ରୟ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରତିଯୋଗିତା କରାଯିବ l ଜିଲ୍ଲାର ଅନେକ ସାଂସ୍କୃତିକ ଦଳ ଏଥିରେ ଭାଗ ନେବେ l ବିଭିନ୍ନ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବା ସହ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସମର୍ଦ୍ଧିତ କରାଯିବ l ସ୍ବର୍ଗତ କିଶୋର ପଟନାୟକ ଓ ସ୍ବର୍ଗତ ବାଇଡଙ୍କ ଦାସ ଙ୍କ ସ୍ମୁତିରେ ଏକ ସ୍ମରଣିକା, ବାର୍ଷିକ ମୁଖପାତ୍ର ଈପସିତା ସହିତ ବହୁ ଉପାଦେୟ ପୁସ୍ତକ ଉନ୍ମୋଚିତ ହେବ l ଲେଖକ ପାଠକ ଓ ପ୍ରକାଶକ ଙ୍କର ଏ ମହାକୁମ୍ଭ ପୁସ୍ତକ ପ୍ରେମୀ ଫୁଲବାଣୀ ବାସୀ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଏବଂ ଚଳିତ ବର୍ଷ ପୁସ୍ତକ ମେଳାରେ ରଜତ ଜୟନ୍ତୀ ବର୍ଷ ପଢ଼ୁଥିବାରୁ ସ୍ୱତନ୍ତ୍ର କାର୍ଯ୍ୟମାନ ଅନୁଷ୍ଠିତ ହେବବୋଲି ଜିଲ୍ଲା ଲେଖକ ସାମ୍ମୁଖ୍ୟର ସଭାପତି ଶ୍ରୀ ରବୀନ୍ଦ୍ରନାଥ ମିଶ୍ର ସୂଚନା ଦେଇଛନ୍ତି l ଜନସାଧାରଣ ଏହାର ଭରପୁର ଫାଇଦା ନେବା ପାଇଁ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଅନୁରୋଧ ଜଣାଇଛନ୍ତି l

ad-week
Leave A Reply

Your email address will not be published.