କୋଭିଡରେ ପ୍ରାଣ ହରାଇଥିବା ସାମ୍ବାଦିକ ତପନ ମଲ୍ଲିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ…

add-all

ସୁନ୍ଦରଗଡ଼/ରାଉରକେଲା: ୨୪/୨/୨୦୨୩: କୋଭିଡ୍‌ ମହାମାରୀରେ ପ୍ରାଣ ହରାଇଥିବା ବଣାଇଁର ସାମ୍ବାଦିକ ତପନ ମଲ୍ଲିକ ଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଅନଲାଇନ ମାଧ୍ୟମରେ ଦିଆଯାଇଥିବା ସହାୟତା ରାଶିର ପ୍ରମାଣପତ୍ରକୁ ଶୁକ୍ରବାର ଦିନ ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା ଓ ଶ୍ରୀ ରବି ନାରାୟଣ ସାହୁ ସ୍ୱର୍ଗତ ମଲ୍ଲିକଙ୍କ ପତ୍ନୀ ଜ୍ୟୋସ୍ନା ପ୍ରଧାନ ଙ୍କୁ ପ୍ରଦାନ କରିଛନ୍ତି।

ପଶ୍ଚିମାଚଂଳ ସାପ୍ତାହିକ ପତ୍ରିକାର ବଣାଇଁ ପ୍ରତିନିଧି ଭାବରେ ସ୍ବର୍ଗତ ତପନ ମଲ୍ଲିକ କାର୍ଯ୍ୟରତ ଥିବା ସମୟରେ କରୋନା ସଂକ୍ରମଣର ଶିକାର ହୋଇଥିଲେ। ଜେପି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨୦୨୧ ଜୁନ ୯ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।

କୋଭିଡ୍-୧୯ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକମାନଙ୍କୁ ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ ଘୋଷଣା କରିଥିଲେ। ଏହାସହିତ କରୋନାରେ ପ୍ରାଣ ହରାଇଥିବା କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏହାକୁ ଆଧାର କରି ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅନୁମୋଦନ କ୍ରମେ ମୃତକ ପରିବାରକୁ ଏହି ଅନୁକମ୍ପା ରାଶି ପ୍ରଦାନ କରାଯାଇଛି।

ଅନୁକମ୍ପା ରାଶି ପ୍ରଦାନ ବେଳେ ସୁନ୍ଦରଗଡ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଙ୍କ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

ad-week
Leave A Reply

Your email address will not be published.