ପୁଣି ସକ୍ରିୟ ହେଲେ ମାଓବାଦୀ : ପୋଲିସ ଇନ୍ଫୋର୍ମର ସନ୍ଦେହ ରେ ହତ୍ୟା…

add-all

ଉମରକୋଟ( 24/02/2023) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାତୀଗାଁ ପଞ୍ଚାୟତ ଖାଳେପାଡ଼ାରେ ଗତ କାଲି ଵିଲୋମ୍ବିତ ରାତିରେ ସ୍ବର୍ଗୀୟ ଧରନିଧର ମଲ୍ଲିକାଙ୍କ ପୁଅ ଚନ୍ଦନ ମଲ୍ଲିକ କୁ ଘରୁ ଡାକି ନେଇ ମାଓବାଦୀ ମାନେ ଗୁଳି କରି ହତ୍ୟା କରିଛନ୍ତି l ମାରିବା ଜାଗାରେ ମାଓବାଦୀ ମାନେ ଏକ ପୋଷ୍ଟର ଛାଡ଼ି ଯାଇଛନ୍ତି ସେଥିରେ ଉଲ୍ଲେଖ ଅଛି ଯେ ପୋଲିସ ଇନ୍ଫୋର୍ମର ଯୋଗୁଁ ମୃତ୍ୟୁ ଦଣ୍ଡ ଦିଆ ଗଲା ଏବଂ ଏଥି ପାଇଁ ନବରଙ୍ଗପୁର ଏସ ପି ଓ ପୋଲିସ ବାହିନୀ ଦାୟୀ ବୋଲି ଉଲ୍ଲେଖ ରହିଛି, ଏଠାରେ ସୂଚନା ଥାଉକି କିଛି ମାସ ପୂର୍ବେ ରାଇଘର ବ୍ଲକର ରେଙ୍ଗାଭାଟି ଜଙ୍ଗଳ ପାଖରେ ହେଙ୍ଗା ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଏହି ଭଳି ପୋଲିସ ଇନ୍ଫୋମର ସନ୍ଦେହ ରେ ଗୁଳି କାଣ୍ଡ ହେଇଥିଲା l ବର୍ତମାନ ଦେଖିବାକୁ ଗଲେ ରାଇଘର ବ୍ଲକ ଏକ ମାଓ ପ୍ରଵଣ ଅଞ୍ଚଳ ହେଇଥିବାରୁ ମାଓବାଦୀ ମାନେ ଏଠି ପୋଲିସ ବାହିନୀକୁ ଖୋଲା ଚାଲେଞ୍ଚ ଦେଇ ତାଙ୍କର ଜାହିଁର ପ୍ରକାଶ କରି ଛନ୍ତି l ବର୍ତ୍ତମାନ ସାଧାରଣ ଲୋକ ଓ ହାତୀଗାଁ ପଞ୍ଚାଏତ ବାସୀ ଓ ଖାଳେ ପାଡ଼ାରେ ଏବଂ ସମଗ୍ର ରାଇଘର ବ୍ଲକ ଅଂଚଳରେ ଏହି ଘଟଣା ଘଟିବା ପରେ ଏକ ପ୍ରକାର କୋକୁଆ ଭୟର ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି l ଅଳ୍ପ ଦିନର ବ୍ୟବଧାନ ରେ ଦୁଇ ଦୁଇଟି ଘଟଣା ଘଟାଇ ମାଓବାଦୀ ମାନେ ତାଙ୍କ ଉପସ୍ଥିତ ଜାହିର କରିଛନ୍ତି l ଏହି ପରିପେକ୍ଷି ରେ ଜିଲ୍ଲା ପୋଲିସ କଡା ଆଭିମୁଖ୍ୟ ଗ୍ରହଣ କରିବ ବୋଲି ସୂଚନା ମିଳିଛି ଅତି ଶୀଘ୍ର ଏହାର ଉଚିତ ଜବାବ ଦେଇ ରାଇଘର ତଥା ସମଗ୍ର ଜିଲ୍ଲାରୁ ମାଓବାଦୀ ଦମନ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକାରୀ ସୂଚନା ଦେଇ ଛନ୍ତି

ad-week
Leave A Reply

Your email address will not be published.