ଦର୍ଲିପାଲି ଦାମୋଦର ନାଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ ସମାରୋହ…

add-all


ସୁନ୍ଦରଗଡ଼/ ଦର୍ଲିପାଲି – ୨୪/୦୨/୨୩ ଦର୍ଲିପାଲି ଦାମୋଦର ନାଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏକ ବିଦାୟ ସମ୍ବର୍ଦ୍ଧନା ଆୟୋଜିତ ହୋଇ ଯାଇଛି। ବିଦ୍ୟାଳୟର କୃତୀ

ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ସୁରେଶ କୁମାର ପାଣ୍ଡେ ସଭାପତିତ୍ବ କରିଥିଲେ। ମୁଖ୍ୟଅତିଥି ରୂପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ଏନ୍.ଟି.ପି.ସି ଦର୍ଲିପାଲିର ମୁଖ୍ୟ ପ୍ରବନ୍ଧକ ଅଜୟ କୁମାର ଟଣ୍ଡନ, ମାନବ ସମ୍ବଳ ଅଧିକାରୀ ପ୍ରତିଭା ସିଂ, ସମାଜସେବୀ ଜ୍ଞାନୀନ୍ଦ୍ର ନାଏକ, ସୁନିଲ ପଟେଲ, ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ଲତିକା ପଟେଲ, ସାମ୍ବାଦିକ ଲବଣୀ ମେହେର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ ଉପରେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମର ସଫଳ ରୁପାୟନ ପାଇଁ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଅଶେଷ ଅବଦାନ ଥିବା ଅଧ୍ୟକ୍ଷ ପ୍ରକାଶ କରିଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

ad-week
Leave A Reply

Your email address will not be published.