ସାଧାରଣ ଲୋକେ ନିର୍ଭୟ ଭାବେ ଜୀବନ ଅତିବାହିତ କରି ପାରିବେ : ଏସପି ଶ୍ରୀ ପାତ୍ର

add-all

ଫୁଲବାଣୀ :- ମାଓ ପ୍ରବଣ ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅନ୍ତର୍ଗତ କୋଇରିମାଣ୍ଡୁ ପଞ୍ଚାୟତ ଅନ୍ତର୍ଗତ କଲମପଦର ଗ୍ରାମରେ ନୂତନ ଭାବେ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। କ୍ୟାମ୍ପ ଉଦଘାଟନ ସମୟରେ ଗୈାରବ କୁମାର (ଅତିରିକ୍ତ କମାଣ୍ଡାଣ୍ଟ), ସୁଭେନ୍ଦୁ ପାତ୍ର ଆଇପିଏସ (ଆରକ୍ଷୀ ଅଧିକ୍ଷକ କନ୍ଧମାଳ), ଶ୍ରୀ ରୋହିତ୍ କୁମାର (SDPO , ବାଲିଗୁଡ଼ା), ଶ୍ରୀ ସଞ୍ଜିବ କୁମାର (କମାଡାଣ୍ଟ), ଶ୍ରୀ ଭରତ ସିଂ ପାଲ୍ (ଡେପୁଟି କମାଡାଣ୍ଟ ), ବାଟାଲିୟନ ଇନ୍ସପେକ୍ଟର ଶ୍ରୀ ଜିତେନ୍ଦ୍ର କୁମାର ସହ ସ୍ଥାନୀୟ ସରପଞ୍ଚ ଶ୍ରୀ ମାଧବ କହଁର ପ୍ରମୁଖ ଉପସ୍ଥିତ ଥିଲେ। ନୂତନ ଭାବେ ପ୍ରତିଷ୍ଠା ହେଇଥିବା ଏହି କ୍ୟାମ୍ପରେ କମାଣ୍ଡାଣ୍ଟ ଅଫିସର ଶ୍ରୀ ସଞ୍ଜିବ କୁମାର ଜାତୀୟ ପତାକା ଉତ୍ତୋଳନ କରି ଉଦଘାଟନ କରିଥିଲେ। ପତାକା ଉତ୍ତୋଳନ ପରେ ସେହି ଗ୍ରାମ ତଥା ଆଖପାଖ ଗ୍ରାମଗୁଡିକରେ ) ଗ୍ରାମବାସୀମାନଙ୍କୁ (ଯେଉଁଥିରେ ୧୨୦ ଜଣ ପୁରୁଷ, ୧୬୦ ଜଣ ସ୍ତ୍ରୀ ଲୋକ, ୪୫ ଛୋଟ ଛୁଆ) କିଛି କମ୍ବଳ, ମଶାରୀ, ଖେଳ ସାମଗ୍ରୀ, ଢୋଲ, କ୍ଷୀର ଆଉ ଫଳରସ ବଣ୍ଟା ଯାଇଥିଲା। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ଏହି ଅଞ୍ଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେଲେ ଏହି ମାଓ ପ୍ରବଣ ଅଞ୍ଚଳରେ ଥିବା ଗ୍ରାମ ଗୁଡିକରେ ଶାନ୍ତି ମୈତ୍ରୀ ପ୍ରତିଷ୍ଠା ହେଇପାରିବ ଏବଂ ସାଧାରଣ ଲୋକେ ନିର୍ଭୟ ଭାବେ ନିଜର ଜୀବନ ଅତିବାହିତ କରି ପାରିବେ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଭେନ୍ଦୁ ପାତ୍ର ସାମ୍ବାଦିକ ସମ୍ମିଳନୀରେ କରିଛନ୍ତି। ତା ସହ ନୂତନ ଭାବେ ଅବସ୍ଥାପିତ ହେଇଥିବା ବିଏସଏଫ ଯବାନ ସେଠାରେ ଗ୍ରାମବାସୀ ମାନଙ୍କ ସହ ଶାନ୍ତି ମୈତ୍ରୀ ଏକତା ପାଇଁ ନିରନ୍ତର ଚେଷ୍ଟା ଜାରି ରଖିବେ ବୋଲି ବିଭାଗ ମୁଖ୍ୟ ମତ ବ୍ୟକ୍ତ କରିଛନ୍ତି। ବର୍ତମାନ ନୂତନ ଭାବରେ ନିର୍ମିତ ଏହି କ୍ୟାମ୍ପରେ ନେଟୱର୍କ, ରାସ୍ତା ଘାଟ ତଥା ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଚାଲୁ ରହିଛି।

ad-week
Leave A Reply

Your email address will not be published.