ଓଡ଼ିଆ ଭାଷା ଓ ଅକ୍ଷର ପ୍ରତି ଅପମାନ : ବିକୃତ ଓଡ଼ିଆ ଭାଷା କୁ ବିରୋଧ

add-all


କୁଆଁରମୁଣ୍ଡା – କେନ୍ଦ୍ର ସରକାରଙ୍କ ଅଧିନସ୍ଥ NHI, ସିମଡେଗା ଠାରୁ ବାର କୋଟ୍ ପର୍ଯ୍ୟନ୍ତ ଚାରି ଲେନ୍ ବିଶିଷ୍ଟ ରୋଡ ତିଆରି କରାଯାଇଛି। କୁଆଁରମୁଣ୍ଡା ଠାରୁ ଚଉଦ କିଲୋମିଟର ଦୁରରେ ମାଇଲ ଖୁଣ୍ଟ ପୋତାଯାଇ ସହରର ଦୂରତା ସହ ସହରର ନାମ ଫଳକ ତିନିଟି ଲେଖାଯାଇଛି। ସେଥି ମଧ୍ଯରୁ ଓଡିଶା ସୀମାନ୍ତରେ ଥିବା ବିରମିତ୍ରପୁର ସହର ରହିଛି ।ସେହି ମାଇଲ ଖୁଣ୍ଟ ରେ ସହରର ନାମ ବିରମିତ୍ରପୁର ବଦଳରେ ‘ବିରମିତପୁର’ଓ ସିମଡେଗା ବଦଳରେ ‘ସିମଢେଗା’
ଲେଖା ହୋଇଛି,ଯାହାକି ଏହି ରାସ୍ତା ଦେଇ ଓଡିଶା ସରକାର ଙ୍କ ପ୍ରଶାସନିକ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ରାଜ ନେତାଙ୍କ ମଧ୍ୟ ଯିବା ଆସିବା କରନ୍ତି କିନ୍ତୁ ଏହି ଲେଖା ପ୍ରତି ଦୃଷ୍ଟି ନପଡିବା ଆଶ୍ଚର୍ଯ୍ୟର ବିଷୟ ପାଲୋଟିଛି । ନା ଜାଣି ଶୁଣି ଏଡାଇ ଦିଆଯାଉଛି ତାହା ସମସ୍ତ କଂ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯାହାକି ଓଡ଼ିଆ ଭାଷା ପ୍ରତି ଘୋର ଅପମାନ ବୋଲି ଅଞ୍ଚଳର ବୁଦ୍ଧି ଜୀବି ଓ ଭାଷା ପ୍ରେମୀ ବିରୋଧ କରିଛନ୍ତି,ଏଣୁ ଏହାପ୍ରତି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି
ତୁରନ୍ତ ଏହି ଫଳକ କୁ ହଟାଇ ସୁଦ୍ଧ ଓଡ଼ିଆ ଭାଷା ରେ ଲେଖା ଯିବାକୁ ଅନୁରୋଧ କରାଯାଇଛି ଏଥି ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଧ୍ୟାନ ଦେବାକୁ ଓଡ଼ିଆ ଭାଷା ପ୍ରେମୀ ଦାବି ଜଣାଇ ଛନ୍ତି

ad-week
Leave A Reply

Your email address will not be published.