୩୦ ସିଏଫ୍ଟି ସାଳ କାଠ ଜବତ, ଜଣେ ଗିରଫ…

add-all


କୁଆଁରମୁଣ୍ଡା :- ବୀରମିତ୍ରପୁର ବନ ରେଞ୍ଜ ଅନ୍ତର୍ଗତ ସହରର ମହୁଆ ଟୋଲି ଅଞ୍ଚଳରେ ଆଜି ବନ ବିଭାଗ ପକ୍ଷରୁ ଚଡ଼ାଉ କରି ୩୦ ସିଏଫ୍ଟୀ ଶାଳ କାଠ ଜବତ କରିବା ସହ ଜଣେ ଗିରଫ ହୋଇଥିବା ଜଣାପଡିଛି! ସୂଚନା ମୁତାବକ କୌଣସି ସୂତ୍ରରୁ ବନ ବିଭାଗକୁ ଉକ୍ତ ଅଞ୍ଚଳରେ ଚୋରା କାଠ କାରବାର ହେଉଥିବା ଖବର ମିଳିଥିଲା! ଖବର ପାଇ ବୀରମିତ୍ରପୁର ରେଞ୍ଜ ଅଧିକାରୀ ନୂତନ ହେମ୍ବ୍ରମଙ୍କ ନେତୃତ୍ୱରେ ଏକ ବନ ବିଭାଗ ଟିମ ଉକ୍ତ ଅଞ୍ଚଳରେ ଚଡାଉ କରିଥିଲା! ଉକ୍ତ ଅଞ୍ଚଳରେ ରହୁଥିବା ନନ୍ଦ କିଶୋର ଗୋପ (୪୦) ନିଜ ଘରେ ଶାଳ କାଠ ରଖି ବିଭିନ୍ନ କାଠ ସାମଗ୍ରୀ ତିଆରି କରୁଥିଲେ! ବନ ବିଭାଗ କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ଅତର୍କିତ ଚଦାଉ କରିବା ସହ ନନ୍ଦ କିଶୋରଙ୍କ ଘରୁ ୩୦ ସିଏଫଟି ଶାଳ କାଠ ଜବତ କରିବା ସହ ନନ୍ଦ କିଶୋରଙ୍କୁ ଗିରଫ କରିଛି! ଜବତ କରାଯାଇଥିବା କାଠର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି !

ad-week
Leave A Reply

Your email address will not be published.