୨୮ରେ ଆପ୍‌ ପକ୍ଷରୁ ବିକ୍ଷୋଭ…

add-all

ବ୍ରହ୍ମପୁର : ଆସନ୍ତା ଫେବୃୟାରୀ ୨୮ ତାରିଖରେ ଆମ୍ ଆଦିମ୍ ପାର୍ଟି ଗଂଜାମ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ସୁବାସଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।

ମିଶନ ଶକ୍ତିରେ କାର୍ଯ୍ୟ କରୁଥିବା ଏମ୍‌ବିକେ, ସିଆରପି, କୃଷି ମିତ୍ର, ପ୍ରାଣୀ ମିତ୍ର, ବ୍ୟାକିଂ ମିତ୍ର, ଏବଂ ଏଲ୍‌ଏସ୍‌ପି କର୍ମଚାରୀ ମାନଙ୍କ ଚାକିରିକୁ ମାନ୍ୟତା ପ୍ରଦାନ କରିବା ଏବଂ ଦରମା ବୃଦ୍ଧି କରିବା ଦାବୀରେ ଆସନ୍ତା ୨୮ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବ ଆମ୍ ଆଦିମ୍ ପାର୍ଟି । ଗତ ଫେବୃୟାରୀ ୨୦ ତାରିଖରୁ ପ୍ରାୟ ୨୦ହଜାର ଉର୍ଦ୍ଧ୍ୱ ମିଶନ ଶକ୍ତି କର୍ମଚାରୀ ମାନେ ଆନ୍ଦୋଳନ କରୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାଁନ୍ତି । ଏହାକୁ ବିରୋଧ କରିବା ସହିତ ମିଶନ ଶକ୍ତି କର୍ମଚାରୀ ସହାୟିକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଦାବୀରେ ଆମ୍ ଆଦିମ୍ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଜିଲ୍ଲାସଭାପତି ଶ୍ରୀ ରାଉତ ସୂଚନା ଦେଇଛନ୍ତି । ଏହି ଅବସରରେ ଜିଲ୍ଲାସଂପାଦକ ଆଦିତ୍ୟ ନାରାୟଣ ରଥ, ଉପସଭାପତି ସୁଧୀର କୁମାର ରଥ, କୋଷାଧ୍ୟକ୍ଷ ସି. ହରପ୍ରସାଦ, ଆଇନସେବା ସଭାପତି କୈଳାସ ସେଠୀ, ମହିଳା ମୋର୍ଚ୍ଚା ରିତୁ କୁମାରୀ ସେଠୀ, ମହିଳା ସଭାନେତ୍ରୀ ନିଭସ୍ମିତା ପ୍ରଧାନ, ସୁକାନ୍ତ ପାଣିଗ୍ରାହୀଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.