ଶୁଣିଲେନି ପ୍ରଶାସନ ନିଜ ଚେଷ୍ଟାରେ ତିଆରି କଲେ ୪କିମି ରାସ୍ତା…

add-all


କାଶୀପୁର : ଏହି ଦୃଶ୍ୟ ଦେଖିଲେ ଯିଏବି ଭାବୁଥିବ ସରକାରଙ୍କ ଅନୁଦାନରେ ଚାଲିଛି କାମ, ଏହି ଚାଲିଥିବା କାମ କୌଣସି ସରକାରୀ ଅନୁଦାନରେ ନୁହେଁ, ନିଜ ଗ୍ରାମର ରାସ୍ତା ତିଆରି ପାଇଁ ଅଣ୍ଟାଭିଡ଼ିଲେ ଗ୍ରାମର ସାତଜଣ ବ୍ୟକ୍ତି ହାତରେ କୋଡ଼ି ଶାବଳ ଧରି ବଡ ବଡ଼ ପଥର ଗାତରେ ପକାଇ ସାଇଜ କରିରଖି ପାଖାପୁଖୀ ଚାରି କିଲୋମିଟର ମାଟି ରାସ୍ତା ତିଆରି କଲେ ରସ୍ତୁଗୁଡା ଗ୍ରାମର ସାତଜଣ ବ୍ୟକ୍ତି, ଏହି ଦୃଶ୍ୟଟି ହେଉଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ମାଣ୍ଡିବିଶି ପଞ୍ଚାୟତର ଅଙ୍କା ବଙ୍କା ରାସ୍ତାର ଚାରିଆଡେ ପାହାଡ଼ ମଝିରେ ଥିବା ରସ୍ତୁଗୁଡା ଗ୍ରାମର ରାସ୍ତାର କଥା, ସରକାର ଆଦିବାସୀଙ୍କ ବିକାଶ ନାରେ କୋଟି କୋଟି ଟଙ୍କା ବ୍ୟୟବରାଦ କରି ବିକାଶ କରୁଛୁ ବୋଲି ଧ୍ୱଜା ଉଡାଉ ଥିବାବେଳେ ଏହି ରସ୍ତୁଗୁଡା ଗ୍ରାମର ରାସ୍ତା ହିଁ ସ୍ପଷ୍ଟ ପ୍ରମାଣିତ କରୁଛି ସରକାରଙ୍କ ବିକାଶର ବିକଳ ଚିତ୍ର ବୋଲି,ତେବେ ଆଗକୁ ଦେଖିବାର ଅଛି ରସ୍ତୁଗୁଡା ଗ୍ରାମବାସୀ କେବେ ଭଲ ରାସ୍ତାର ମାନଚିତ୍ର ଦେଖିବାକୁ ହେଲେ କେତେବର୍ଷ ସଂଘର୍ଷ କରିବାକୁ ପଡିବ ସେ ସମୟ କହିବ।

ad-week
Leave A Reply

Your email address will not be published.