ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ..

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ଓ ଜନସାଧାରଣ ଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ସହ ପରସ୍ପର ନିକଟତର ହୋଇ ସମସ୍ତ କାର୍ଯ୍ୟ କରିବା ଏବଂ ଜନସାଧାରଣଙ୍କ ମନରେ ପୋଲିସ ପ୍ରତି ଥିବା ବିଭିନ୍ନ ଭୟଭ୍ରାନ୍ତିକୁ ଦୂର କରିବାକୁ ଚେଷ୍ଟା କରାଯାଇଥିଲା। ପୋଲିସ ବିଭାଗର ଅନେକ ଗୁଡ଼ିଏ ନିୟମରେ ପରିବର୍ତ୍ତନ ଘଟିଛି l ୫ଟି ଲାଗୁ ହେବା ପରେ ଅଭିଯୋଗକାରି ଓ ଦୋଷୀ ଙ୍କୁ ମାନଙ୍କୁ ଥାନା ପକ୍ଷରୁ କୌଣସି ଦୁର୍ବ୍ୟବହାର ନ ଦେଖାଇ ଉତ୍ତମ ବ୍ୟବହାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ରହିଛି ଏଣୁ ପୋଲିସ ପ୍ରତି ଜନସାଧରଣଙ୍କର ଭୟ ଭିତ ହେବା କୌଣସି ଆବଶ୍ୟକ ନାହିଁ, ସମସ୍ତଙ୍କର ସ୍ବାଧୀନ ଚିନ୍ତା ଧାରାରେ ପୋଲିସ ସହ ଯୋଗା ଯୋଗ ରଖି କାର୍ଯ୍ୟ କଲେ ଅନେକ ସୁଫଳ ମିଳିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ଲୋକଙ୍କୁ ବୁଝାଇ ଥିଲେ l ଏବଂ ମାନବାଧିକାର ଫ୍ରଣ୍ଟ ଇଣ୍ଡିଆର କନ୍ଧମାଳ ଜିଲ୍ଲା ଆବାହକ ବିକ୍ରମ ବାସ୍ତିରାଇ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଜନସାଧାରଣ ଓ ପୋଲିସ ମଧ୍ୟରେ ଥିବା ଦାୟିତ୍ବ ଓ କର୍ତ୍ତବ୍ୟ ସମ୍ପର୍କରେ ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଏସ ଆଇ ରମାକାନ୍ତ ସେଠିଙ୍କ ସମେତ ୱାର୍ଡ ମେମ୍ବର ମାନେ ଓ ଜନ ପ୍ରତିନିଧି ମାନେ ଯୋଗ ଦେଇଥିଲେ l

ad-week
Leave A Reply

Your email address will not be published.