ଚତୁର୍ଥଥର ପାଇଁ ଜିଲ୍ଳା ସଭାପତି ହେଲେ ସରୋଜ କର୍ଣ୍ଣ…

add-all

ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଜିଲ୍ଲା ସଭାପତି ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ବାର ଆସ୍ଥା ପ୍ରକଟ କରି ବିଜୁ ଜନତା ଦଳର ଜିଲ୍ଲା ସଭାପତି ଭାବେ ସରୋଜ କର୍ଣ୍ଣଙ୍କୁ ଚତୁର୍ଥ ଥର ପାଇଁ ଜିଲ୍ଲା ସଭାପତି ଭାବେ ଘୋଷଣା କରିବା ସହ ଜିଲ୍ଲା କମିଟି ଘୋଷଣା କରିଛନ୍ତି । ଚତୁର୍ଥ ଥର ପାଇଁ ଜିଲ୍ଲା ସଭାପତି ଭାବେ ଚୟନ ହେବା ପରେ ଶ୍ରୀଯୁକ୍ତ କର୍ଣ୍ଣ ମାନ୍ୟବର ମୁଖ୍ୟମନ୍ତ୍ରୀ, ପ୍ରିୟ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଓ ସମସ୍ତ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗମୀ ଦିନରେ ବିଜୁ ଜନତା ଦଳ କିପରି ସୁଦୃଢ ହେବ ଓ ଦଳ ପାଇଁ ଭଲ ପ୍ରଦର୍ଶନ କରିବେ ସେଥି ପାଇଁ ଜିଲ୍ଲା ସଭାପତି ଗୁରୁତ୍ୱ ଦେବେ ବୋଲି କହିଛନ୍ତି ।

ad-week
Leave A Reply

Your email address will not be published.