ନକ୍ସଲ ପ୍ରବଣ ବାଲନ୍ଦାପଡାରେ ବିଏସଏଫର ଜନସମ୍ପର୍କ ଶିବିର

add-all

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ବାଲନ୍ଦାପଡା ପଞ୍ଚାୟତ ବଟିମୁଣ୍ଡା ଗ୍ରାମରେ ସୀମା ସୁରକ୍ଷା ବାହିନୀ ଦ୍ଵାରା ଏକ ଜନ ସମ୍ପର୍କ ଶିବିର ଆୟୋଜନ କରାଯାଇଛି। ଜନ ସାଧାରଣଙ୍କ ସୁରକ୍ଷା ଏବଂ ସେମାନଙ୍କ ଅତି ନିକଟତର ହେଇ ଲୋକଙ୍କ ସାଧାରଣ ଜୀବନଯାପନ ସହଜ କରିବା ପାଇଁ ଚେଷ୍ଟା କରାଯାଉଛି। ଡେପୁଟି କମାଡାଣ୍ଟ ଶୁଖଦେବ ସିଂ ଗିଲ୍, ସହଯୋଗୀ କମାଣ୍ଡର ନବୀନ ରଣା, ଏଏସ ଆଇ (ଭିଜିଲାନ୍ସ) ସଞ୍ଜୟ କୁମାର ସିଂ, ଦୁଇ ଜଣ ପୋଲିସ କର୍ମଚାରୀ ଏବଂ ସ୍ଥାନୀୟ ସରପଞ୍ଚ (ବାଲନ୍ଦାପଡା) ନିରାକାର ନାୟକ, ୱାର୍ଡମେମ୍ବର (ବଟିମୁଣ୍ଡା) ପ୍ରମୁଖ ଉପସ୍ଥିତ ଥିଲେ। ଏହି ଜନ ସମ୍ପର୍କ ଶିବିର କାର୍ଯ୍ୟକ୍ରମ ରେ ଉକ୍ତ ଗ୍ରାମର ପ୍ରାୟ ୪୬ ଜଣ (ପୁରୁଷ), ୭୬ ଜଣ(ସ୍ତ୍ରୀ) ଙ୍କ ମଧ୍ୟରେ ଶିବିର ତରଫରୁ ପୋଷାକ ପତ୍ର, ବାସନ ସାମଗ୍ରୀ ଏବଂ ଖେଳ ସାମଗ୍ରୀ ଆଦି ବଣ୍ଟା ଯାଇଥିଲା। ସାଧାରଣ ନାଗରିକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଶାନ୍ତିର ଜୀବନ ଅତିବାହିତ କରିବା ପାଇଁ ସାଧାରଣ ଲୋକଙ୍କୁ ପ୍ରୋତ୍ସାହନ କରିବା ପାଇଁ ଏଭଳି ଶିବିରର ଆବଶ୍ୟକତା ରହିଛି ବୋଲି ଶିବିର ମୁଖ୍ୟ ମତବ୍ୟକ୍ତ କରିଛନ୍ତି।

ad-week
Leave A Reply

Your email address will not be published.