ସ୍ୱଚ୍ଛତା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସହ ମଳ ଉପଚାର କେନ୍ଦ୍ର ବୁଲି ଦେଖିଲେ ୟୁନିସେଫ ୱାସମୁଖ୍ୟ…

add-all

ହିଞ୍ଜିଳିକାଟୁ : ୟୁନିସେଫ ଟିମ ହିଞ୍ଜିଳିକାଟୁ ଵ୍ଳକ ପରିଦର୍ଶନ ସହ ଶାସନାଆମ୍ବଗାଁ ସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ଓ ମଳ ଉପଚାର କେନ୍ଦ୍ର ଓ ସ୍ବଛ ପରିଛନ୍ନତା ସହ ପାନୀୟଜଳ ପ୍ରକଳ୍ପ ସ୍ତିତି ପରଖି ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି । ଏହି ଟିମରେ ୟୁନିସେଫ ର ପ୍ରକ୍ଷାଳନ ମୁଖ୍ୟ ପାଉଲସ ୱାର୍କନୀ ,ପ୍ରକ୍ଷାଳନ ବିଶେଷଜ୍ଞ ମନୀଷ ୱାସୁଜା ,ଓଡ଼ିଶା ୟୁନିସେଫ କ୍ଷେତ୍ର

ଅଧିକାରୀ ପ୍ରକ୍ଷାଳନ ବିଶେଷଜ୍ଞ ସିପ୍ରା ସକ୍ସେନା, ପ୍ରକ୍ଷାଳନ ଅଧିକାରୀ ନରେନ୍ଦ୍ର ସିଂ ଚୌହାନ, ଗୌତମ ପଟ୍ଟନାୟକ, ୟୋଗେନ୍ଦ୍ର ସିଂ, ଅନିଶା ଦତ୍ତ ପ୍ରମୁଖ ଆସି ହିଞ୍ଜିଳିକାଟୁ ଵ୍ଳକ କାର୍ଯ୍ୟାଳୟ ରେ ହିଞ୍ଜିଳିକାଟୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଙ୍କ ସହ ଆଲୋଚନା କରିଥୁଲେ। ପରେ ଶାସନ ଆମ୍ଵଗାଁ ସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା, ମଳ ଉପଚାର କେନ୍ଦ୍ର ସର୍ଭେ କରିବା ସହ ନନ୍ଦିକ ପଚାଂୟତ ଜଳ ଯୋଗାଣ ପ୍ରକଳ୍ପ ସ୍ବଛତା ଜଳ ପରିମଳ ପରିଛନ୍ନତା ର ସ୍ତିତି ପରଖିଛନ୍ତି ।
ୟୁନିସେଫ ଟିମ ର ଗସ୍ତ ସମୟରେ ହିଞ୍ଜିଳିକାଟୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ଶାସନ ଆମ୍ଵଗାଁ ସରପଞ୍ଚ, ସମିତି ସଭ୍ୟ, ନନ୍ଦିକ ସରପଞ୍ଚ ସମିତି ସଭ୍ୟ ଙ୍କ ସହ ଵ୍ଳକ ଵହୁ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.