କବିତା ପାଠ ଉତ୍ସବ ‘ମଧୁ ମହୋତ୍ସବ’

add-all

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟର ‘କ୍ରିଏଟିଭ୍ ରାଇଟିଂ କ୍ଲବ’ ପକ୍ଷରୁ କବିତା ପାଠ ଉତ୍ସବ ଇନୋଭେସନ ଆଣ୍ଡ ଇନକ୍ୟୁବେସନ ସେଣ୍ଟର(ସିଆଇଆଇ)ରେ ‘ମଧୁ ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ର ମଙ୍ଗଳ ନିର୍ଦ୍ଦେଶିକା ପ୍ରଫେସର ମିତାଲି ଚିନାରା ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗଢା ହୋଇଥିବା ‘କ୍ରିଏଟିଭ୍ ରାଇଟିଂ କ୍ଲବ’ ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶରେ ସହାୟକ ହୋଇପାରିବ ଏବଂ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଏହା ଏକ ମଞ୍ଚ ଭାବେ ବିବେଚିତ ହେବ ବୋଲି କହିଥିଲେ। ଏହାସହିତ ଡିବେଟିଂ କ୍ଲବ, କଲଚରାଲ କ୍ଲବ, ଇକୋ କ୍ଲବ ଏବଂ ପେଣ୍ଟିଂ କ୍ଲବ ଆଦି ଅନ୍ୟ କ୍ଲବମାନଙ୍କରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ଅଂଶଗ୍ରହଣ ବେଶ୍ ଉତ୍ସାହଜନକ ଏବଂ ଏସବୁ ବିଶ୍ୱବିଦ୍ୟାଳୟରେ ଏକ ସୁନ୍ଦର ଗଠନମୂଳକ ବାତାବରଣ ସୃଷ୍ଟି କରିବ ବୋଲି ସେ ପ୍ରକାଶ କରିଥିଲେ। ଏହି ଉତ୍ସବରେ ବହୁ ଛାତ୍ରଛାତ୍ରୀ ଓଡ଼ିଆ, ଇଂରାଜୀ, ହିନ୍ଦୀ ଏବଂ ସଂସ୍କୃତ ଏହି ଚାରୋଟି ଭାଷାରେ ସ୍ୱରଚିତ କବିତା ପାଠ କରିଥିଲେ। ଡ.ବ୍ରଜ ସୁନ୍ଦର ମିଶ୍ର ଏବଂ ନିର୍ଝରିଣୀ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.