ଟିମ୍ ହ୍ୟୁମାନିଟି କନ୍ଧମାଳ ଯୋଗାଇଲା ବିରଳ ଗ୍ରୁପର ରକ୍ତ…

add-all

ଫୁଲବାଣୀ :- ସବୁ ସମସ୍ୟା ର ସମାଧାନ ଟିମ ହ୍ୟୁମା ନିଟ୍ କନ୍ଧମାଳ l ପୁଣିଥରେ ଟିମ୍ ହ୍ୟୁମାନିଟି କନ୍ଧମାଳ ନିଜର ମହାନତା ଦେଖାଇଛି। ସୂଚନା ପ୍ରକାରେ ଗତ ଜାନୁଆରୀ ୨୪ ତାରିଖ ଦିନ ଅନୁଗୋଳ ର ବଅଁରପାଳ ଠାରେ ଏକ ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଥିଲେ। ମହିଳା ଜଣକ ପୁରୀ ଜିଲ୍ଲା ବାସୁଦେବ ପୁର ଅଞ୍ଚଳର କିନ୍ତୁ ବରଂପାଲ ଷ୍ଟେଟ ବ୍ୟାଙ୍କ ରେ ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଦୁଇ ୟୁନିଟ୍ ରକ୍ତ ର ଆବଶ୍ୟକ ପଡୁଥିବା ଜାଣି ପରିବାର ଲୋକେ ରକ୍ତ ଖୋଜିବାକୁ ଲାଗିଲେ। ବି ନେଗେଟିଭ ଭଳି ବିରଳ ରକ୍ତର ଆବଶ୍ୟକ ପଡ଼ୁଥିବାରୁ ପରିବାର ଚିନ୍ତା ରେ ପଡ଼ି ଯାଇଥିଲେ। ଏହି ଖବର ଶୁଣି କୋୖଣସି ପ୍ରକାରେ ଭୁବନେଶ୍ବର ବଡଗଡ ଥାନାଧିକାରୀ ତୃପ୍ତି ରଞ୍ଜନ ନାୟକ ମହୋଦୟ ଟିମ୍ ହ୍ୟୁମାନିଟି କନ୍ଧମାଳ ସଦସ୍ୟ ଭି.ଜଗନ୍ନାଥ ରାଜୁ ଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇବା ପରେ ଟିମ୍ ସଦସ୍ୟ ଜଗନ୍ନାଥ ରାଜୁ ଜିଲ୍ଲାର ସମସ୍ତ ଅଞ୍ଚଳର ରକ୍ତଦାତା ଙ୍କ ସହ ଯୋଗାଯୋଗ କଲାପରେ ଉକ୍ତ ବ୍ଲଡ଼ ଗ୍ରୁପ ଥିବା ନିକଟସ୍ଥ ଫିରିଙ୍ଗିଆ ବ୍ଲକ୍ ର ବ୍ରଜବନ୍ଧୁ ମଲ୍ଲିକ ଏବଂ ଫୁଲବାଣୀ ସହରର ଶିବପ୍ରସାଦ ପଣ୍ଡାଙ୍କୁ ଭେଟି ଏ ବିଷୟରେ ଜଣାଇ ଥିଲେ। ଟିମ୍ ସଦସ୍ୟ ଭି. ଜଗନ୍ନାଥ ରାଜୁ ଏବଂ ରବୀନ୍ଦ୍ର ମହାରଣା ମିଶି ଦୁଇ ରକ୍ତଦାତା ଡେରି ନ କରି ରୋଗୀଙ୍କ ଭାଇ ଜ୍ଞାନ ରଞ୍ଜନ ସାହୁ ଙ୍କୁ ଯୋଗାଯୋଗ କରି ଭୁବନେଶ୍ୱର ଆମ୍ରୀ ହସ୍ପିଟାଲ ରେ ପହଞ୍ଚି ଦୁଇ ୟୁନିଟ୍ ରକ୍ତ ଯୋଗେଇ ଦେଇ ସେହି ଅସହାୟ ମହିଳାଙ୍କ ଜୀବନ ବଞ୍ଚାଇବାକୁ ପ୍ରୟାସ କରିଛନ୍ତି।

ad-week
Leave A Reply

Your email address will not be published.