ଚିତ୍ରକୋଣ୍ଡା ସତ୍ୟସାଇ ସେବାସମିତିକୁ ପ୍ରଥମଥର ପାଇଁ ରାଜ୍ୟ ସଭାପତିଙ୍କ ସହ ସ୍ୱତନ୍ତ୍ର ଟିମ ଗସ୍ତ…

add-all


ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସତ୍ୟସାଇ ସେବା ସମିତି କୁ ପ୍ରଥମ ଥର ପାଇଁ ଆଜି ଓଡିଶା ରାଜ୍ୟ ସଭାପତି ଗ୍ରସ୍ତ କରି ପରିଦର୍ଶନ କରି ସତ୍ୟସାଇ ସେବା ସମିତି ଆଶ୍ରମ ଦ୍ଵାରା ଆଶ୍ରିତ ଦୀକ୍ଷିତ ଭକ୍ତ ମାନଙ୍କ ପାଖରେ ପହଂଚିବା ସହ ଆଲୋଚନା କରିଥିଲେ l ଓଡିଶା ସତ୍ୟସାଇ ସେବା ସମିତିର ରାଜ୍ୟ ସଭାପତି ଡାକ୍ତର ସତ୍ୟ ସ୍ୱରୂପ ଙ୍କ ସହିତ, ରାଜ୍ୟ ସେବାଦଳ ସଂଯୋଜକ ରାଜାଧି,କୋରାପୁଟ ସତ୍ୟସାଇ ସେବା ସମିତି ସଦସ୍ୟ ରାଉତ ବାବୁ ଏବଂ ମାଲକାନଗିରି ସତ୍ୟସାଇ ସେବା ସମିତି ର ସଦସ୍ୟ ଦୁର୍ଗା ପ୍ରସାଦ ମହାପାତ୍ର ତଥା ବରିଷ୍ଠ ସଦସ୍ୟ ମାନେ ଆସି ଚିତ୍ରକୋଣ୍ଡା ର ସତ୍ୟସାଇ ସେବା ସମିତି ର ଦୀକ୍ଷିତ ସଦସ୍ୟ ମାନଙ୍କୁ ବିଭିନ୍ନ ଉଦବୋଧନ ଦେବା ସହ ସତମାର୍ଗ ସମ୍ପର୍କରେ ଚର୍ଚ୍ଚl କରିଥିଲେ l ଚିତ୍ରକୋଣ୍ଡା ସତ୍ୟସାଇ ସେବା ସମିତି ବରିଷ୍ଠ କର୍ମି ତଥା ବରିଷ୍ଠ କର୍ମି ଏମ ଚିରଞ୍ଜିବି ନାୟକ, ବରିଷ୍ଠ କର୍ମି ବଳରାମ ନାୟକ, ଶ୍ରୀରାମୁଲୁ,ଚିତ୍ରକୋଣ୍ଡା କନଭେନର ଏମ ଶ୍ରୀନିବାସ ନାୟକ, ଏମ କେ ଶ୍ରୀନିବାସ ରାଓ, ଏମ ଧନଞ୍ଜୟ ନାୟକତଥା ବହୁ ସଦସ୍ୟ ଙ୍କ ଉପସ୍ଥିତିରେ ଚିତ୍ରକୋଣ୍ଡା ସତ୍ୟସାଇ ସେବା ସମିତି ର ବିକାଶ ନିମନ୍ତେ ଆଲୋଚନା କରାଯାଇଥିଲା l ଆଗାମୀ ଦିନରେ ଚିତ୍ରକୋଣ୍ଡା ସତ୍ୟସାଇ ସେବା ସମିତି କୁ ଅଧିକ ସୃଦୁଢ ଓ ପ୍ରଶାସ୍ତ ପ୍ରଭାବଶାଳୀ କରିବା ଦିଗରେ ଆଗେଇ ନେବାକୁ ମତପ୍ରକାଶ ପାଇଥିଲା l

ad-week
Leave A Reply

Your email address will not be published.