୯ କୋଟିର ଇକୋ ରିଟ୍ରିଟ୍‌ ହବ୍‌ ଦୁଇବର୍ଷରେ ଖତ…

add-all

ବ୍ରହ୍ମପୁର : ଗୋପାଳପୁର ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଗଞ୍ଜାମ ଜିଲ୍ଲାକୁ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ପାଇଁ ଉଦ୍ୟମ ଜାରି ରହିଛି। ଏଥିପାଇଁ ସମୁଦ୍ରକୂଳରେ ରହିଥିବା ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶକୁ ପ୍ରାଥମିକତା ଦିଆଯାଉଛି। ତାମ୍ପରା, ଗୋପାଳପୁର ଓ ସୁନାପୁର ବେଳାଭୂମି ଏହି ତାଲିକାରେ ରହିଛି। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଗୋପାଳପୁରର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଗୋପାଳପୁରରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି।
ତନ୍ମଧ୍ୟରେ ସ୍ଥାୟୀ ଇକୋ ରିଟ୍ରିଟ୍‌ ହବ୍‌ ହେଉଛି ଏକ ମେଗା ପ୍ରୋଜେକ୍ଟ୍‌। ଏହି ପ୍ରକଳ୍ପ କାମ ୨୦୨୦ରୁ ସରି ସାରିଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ଏହା କୁ କାର୍ଯ୍ୟକ୍ଷମ କରାଯାଉ ନାହିଁ। ଫଳରେ ପର୍ଯ୍ୟଟକଙ୍କ ପାଇଁ ତିଆରି ହୋଇଥିବା ସ୍ଥାୟୀ କଟେଜ୍‌, ଏଥିରେ ଖଞ୍ଜା ଯାଇଥିବା ମୂଲ୍ୟବାନ୍‌ ସରଞ୍ଜାମ, ଏସି, ସାଜସଜ୍ଜା ସାମଗ୍ରୀଗୁଡ଼ିକ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି। ଶିଶୁଉଦ୍ୟାନ, ବିଶାଳ ଘାସଗାଲିଚା, ସୁଇମିଂପୁଲ୍‌, ପାର୍କିଂସ୍ଥଳ ନିର୍ମାଣ ବାବଦରେ କୋଟି କୋଟି ଟଙ୍କା ସମୁଦ୍ର ତଟରେ ପୋତି ଦିଆ ଯାଇଥିବା ବେଳେ ଏହି ମେଗା ପ୍ରକଳ୍ପ ଉଦ୍‌ଘାଟନ ହୋଇପାରୁନି କି ପର୍ଯ୍ୟଟକଙ୍କ କାମରେ ଲାଗିପାରୁ ନାହିଁ। ଗୋପାଳପୁର ତଟରେ ୪୫ ଏକରରେ ଠିଆ ହୋଇଛି ମେଗା ପ୍ରକଳ୍ପ | ବିଡିଏ ଚିଠି ଲେଖି ଚୁପ୍‌, ଗୁରୁତ୍ବ ଦେଉନି ପର୍ଯ୍ୟଟନ ବିଭାଗ, ପ୍ରାୟ ୧୪ ଏସି କଟେଜ୍‌, ଶିଶୁଉଦ୍ୟାନ, ସୁଇମିଂ ପୁଲ୍‌ ନଷ୍ଟ ହେବାକୁ ବସିଲାଣି, ୨୦୧୬ରେ ଗୋପାଳପୁରର ଆଇପିଏସ୍ ଗେଷ୍ଟ ହାଉସ୍ ନିକଟ ବାଲୁକାଶଯ୍ୟା ତଟରେ ପ୍ରାୟ ୯ କୋଟି ଟଙ୍କା ବ୍ୟୟରେ ୪୫ ଏକର ଜମିରେ ଇକୋ ରିଟ୍ରିଟ୍ ହବ୍‌ କାମ ଆରମ୍ଭ କରା ଯାଇଥିଲା। ବିଡିଏ ଅଧୀନରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା। ପର୍ଯ୍ୟଟକ ରହିବା ପାଇଁ ଏଠାରେ ୧୪ଟି ଶୀତତାପ ନିୟନ୍ତ୍ରିତ ସ୍ଥାୟୀ କଟେଜ୍ ରହିଥିବା ବେଳେ ଶିଶୁଉଦ୍ୟାନ, ଘାସ ବଗିଚା, ଗାଡ଼ି ପାର୍କିଂ, ସୁଇମିଙ୍ଗ୍ ପୁଲ୍ ରହିଛି। ଏହାର ମୁଖ୍ୟ ଆକର୍ଷଣ ହେଉଛି କଟେଜ୍ ଠାରୁ ବେଳାଭୂମିକୁ ଯିବାକୁ ରହିଥିବା କାଠପୋଲ ଯାହା ଅସ୍ଥାୟୀ ଭାବେ ପର୍ଯ୍ୟଟକଙ୍କ ବ୍ୟବହାର ପାଇଁ ଖୋଲାଯାଇଛି। ତେବେ ଇକୋ ରିଟ୍ରିଟ୍‌ ହବ୍‌ର କାର୍ଯ୍ୟ ଦୁଇ ବର୍ଷରୁ ଅଧିକ ସମୟ ହେଲା ଶେଷ ହୋଇ ପଡ଼ି ରହିଥିଲେ ମଧ୍ୟ ତାହା ବ୍ୟବହାର ନହୋଇ ପଡ଼ି ରହିଛି। ପ୍ରଶାସନ ର ଅପାରଗତା ଏଥି ପାଇଁ ଦାୟୀ କହିଲେ କିଛି ଭୁଲ ହେବନାହିଁ l


ନିର୍ମାଣ ସରିବା ପରେ ପ୍ରକଳ୍ପ ହସ୍ତାନ୍ତର ପାଇଁ ଜିଲ୍ଲା ପର୍ଯ୍ୟଟନ ବିଭାଗକୁ ଚିଠି ଲେଖି ବିଡିଏ ତା’ର ଦାୟିତ୍ବ ସାରି ଦେଇଛି। କିନ୍ତୁ ପର୍ଯ୍ୟଟନ ବିଭାଗ ଏହି ପ୍ରକଳ୍ପକୁ ଖୋଲିବା ଦିଗରେ ଗୁରୁତ୍ବ ଦେଉ ନାହିଁ। ଏହି ପରି ଏକ ମେଗା ପ୍ରକଳ୍ପ ଏବେ ଭୂତକୋଠି ଭଳି ପଡ଼ି ରହିଛି। କିଛି ସିକ୍ୟୁରିଟି ଗାର୍ଡ଼ ସେଠାରେ ଜଗି ରହିଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା କ୍ଷେତ୍ରରେ ଇକୋ ରିଟ୍ରିଟ୍‌ ହବ୍‌ ବେଶ ଉପଯୋଗୀ ହେବ ବୋଲି କୁହା ଯାଉଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ଆରମ୍ଭ କରାଯାଇ ନାହିଁ।ଏହା ପଛର କାରଣ କଣ ମଧ୍ୟ ପ୍ରଶାସନ ପାଖରେ ନାହିଁ ସେହିଭଳି ସୁନାପୁର ବେଳାଭୂମିକୁ ‘ବ୍ଲୁ-ଫ୍ଲାଗ୍‌’ ମାନ୍ୟତା ଦେବା ପାଇଁ କାମ ଆରମ୍ଭ ହୋଇଛି। କିନ୍ତୁ ଗୋପାଳପୁରରେ କୋଟି କୋଟି ଟଙ୍କା ବ୍ୟୟରେ ତିଆରି ହୋଇଥିବା ଇକୋ ରିଟ୍ରିଟ୍‌ ହବ୍‌ ଖୋଲିବା ଦିଗରେ ଉଦ୍ୟମ ହେଉ ନାହିଁ କାହିଁକି ବୋଲି ବୁଦ୍ଧିଜୀବୀ ତଥା ସାଧାରଣ ରେ ପ୍ରଶ୍ନ ଉଠୁଛି l ସରକାର ଙ୍କ ମାଲ ଦରିୟା ମେ ଡାଲ ନୀତି ରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି l ଯେଉଁ ଭଳି ଯୁଦ୍ଧ କାଳୀନ ଭିତିରେ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେଲା ଆଶା କରାଯାଉଥିଲା ପର୍ଯ୍ୟଟକ ମାନଙ୍କ ସୁଅ ଚୁଟିବ ଏବେ ଏହାର ଭରପୁର ମଜା ନେବେ କିନ୍ତୁ ଏଥି ମଧ୍ୟରେ ୨ ବର୍ଷ ବିତିଗଲାଣି କିନ୍ତୁ ଏହା କେବେ କାର୍ଯ୍ୟକ୍ଷେମ ଏହା ଏକ ଅମୀମାଂସତ ପ୍ରଶ୍ନ…

ad-week
Leave A Reply

Your email address will not be published.