ଭୟାନକ ଅଗ୍ନିକାଣ୍ଡରୁ ରକ୍ଷା ପାଇଲାନି ଚଣା, ମୁଗ ଚାଷ ଜମି : ଚାଷୀ ହତାଶ

add-all

ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମହୁଲବୁରି ଓ କରଡ଼ି ରେ ପ୍ରାୟ ଘ:୨ଟା ସମୟ ରେ ହୋଇଥିଲା ଭୟଙ୍କର ଅଗ୍ନି କାଣ୍ଡ l ମିଳିଥିବା ସୂଚନା ରୁ ଜଣା ପଡିଛି କି କୌଣସି ଏକ ଅଜଣା ବ୍ୟକ୍ତି ଗାଁ ପାଖରେ ଥିବା ଏକ ପଡିଆ ରେ ନିଆଁ ଲଗାଇ ଚାଲିଯାଇଥିଲା ସେହି ନିଆଁ ଏକ ଭୟଙ୍କର ରୂପନେଇଥିବାରୁ ଏକର ଏକର ଜମିରେ ପଡ଼ିଥିବା ପାଳରେ ନିଆଁ ଲାଗିଯାଇଥିଲା l ଏହା ଦେଖିବା ମାତ୍ରକେ ଗାଁ ଲୋକ ସମସ୍ତେ ପାଣି ମାରି ନିଆଁ କୁ ଆୟତ୍ତ କରି କରିବାକୁ ଚେଷ୍ଟା କରିଥିଲେ l ନିଆଁ ଅତ୍ୟଧିକ ଜାଳିନିୟନ୍ତ୍ରଣ ନ ହେବାରୁ ଗାଁ ଲୋକ ବୌଦ୍ଧ ଅଗ୍ନିସମ ବାହିନୀ କୁ ଖବର ଦେଇଥିଲେ l
ଅଗ୍ନିଶମ ଗାଡି ଆସିଲା ବେଳକୁ ପ୍ରାୟ ୫ ଏକର ଜମି ଜଳି ପାଉଁଶ ହୋଇଯାଇଥିଲା l

ସେଥିମଧ୍ୟରୁ ମହୁଲବୁରି କାର୍ତ୍ତିକ କୁମ୍ଭାର ଙ୍କ ପ୍ରାୟ ଏକ ଏକର ରେ ହୋଇଥିବା ଚଣା ସବୁ ପୋଡି ପାଉଁଶ ହୋଇଯାଇଥିଲା l ଏବଂ କରଡ଼ି ଗ୍ରାମ ର ଦେବରାଜ ନନ୍ଦ ଙ୍କ ପ୍ରlୟ ୨୦ ଡେସିମିଲ ଜମିରେ ହୋଇଥିବା ମୁଗ ଗଛ ନଷ୍ଟ ହୋଇଛି l ସମସ୍ତ ପ୍ରକାର ପ୍ରୟାଶ ଜାରିରଖି ଅଗ୍ନିଶମ ବାହିନୀ ର ମୁଖ୍ୟ ପାତ୍ର ଜେ. କେ. ଦାସ ଙ୍କ ତାତ୍ଵାବଧାନରେ ତାଙ୍କ ସହକର୍ମୀ ଗୌରୀଶଙ୍କର, ନିରାକାର ବେହେରା, ଏବଂ ଜୋଲିଶ କୁମାର ପ୍ରମୁଖ ଆସି ନିଆଁ କୁ ଆୟତ୍ତ କରିଥିଲେ l

ad-week
Leave A Reply

Your email address will not be published.