କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ରିଲିଫ୍ ସମାଗ୍ରୀ ବଣ୍ଟନ…

add-all

ଫୁଲବାଣୀ : କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ନାମକ ଏକ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ଭାରତୀୟ ରେଡକ୍ରସ ସଂସ୍ଥା ପ୍ରଦତ୍ତ ରିଲିଫ ସାମଗ୍ରୀ ଫୁଲବାଣୀ ବ୍ଲକ ଅନ୍ତର୍ଗତ ପଦର ସାହି ଗ୍ରାମରେ ଆଜି ଗରିବ ଓ ଦୁସ୍ଥ ଲୋକମାନଙ୍କୁ ବଣ୍ଟନ କରାଯାଇଛି। ଏହି ଅବସରରେ ଆୟୋଜିତ ଏକ ଉତ୍ସବ ରେ ଚିନ୍ତନ ପରିଷଦ ର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଶିକ୍ଷାବିତ ଶୁକମୁନି ନାୟକ, ଅବସରପ୍ରାପ୍ତ ରେଞ୍ଜର ଶତ୍ରୁଘ୍ନ ମହାନ୍ତି, ଚିନ୍ତନ ପରିଷଦର ସମ୍ପାଦକ ତଥା ପୂର୍ବତନ ବ୍ୟାଙ୍କ୍ ମ୍ୟାନେଜର ଶୁଭେନ୍ଦୁ ତ୍ରିପାଠୀ,ବରିଷ୍ଟ ସଦସ୍ୟ ଦିଲ୍ଲୀପ କୁମାର ସାହୁ ଓ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଗ୍ରାମାଞ୍ଚଳ ରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ସ୍ଥାନୀୟ ଅଧିବାସୀମାନେ ସଚେତନ ହେଲେ ହିଁ ଏହାର ସମାଧାନ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ। ବିଶେଷ କରି ମଣା ଖୋଲ ଠାରୁ ପଦର ସାହି ଦେଇ ବଇଡ। ପର୍ଯ୍ୟନ୍ତ ପକା ରାସ୍ତା ନିର୍ମାଣ ହେଲେ ଲାଇନ ପଡ଼ା ଓ ଖଜୁରୀପଡ଼ା ଅଧିବାସୀ ଉପକୃତ ହୋପାରିବେ। ଏଥିସହିତ ସଂପୃକ୍ତ ଅଞ୍ଚଳର ଚାଷୀ ମାନଙ୍କ ବଳକା ପନିପରିବା ଗଛିତ ରଖିବା ପାଇଁ ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ଓ ଫୁଲବାଣୀ ସାପ୍ତାହିକ ହାଟ ର ଉନ୍ନତି କରଣ କରାଯାଇ ଗ୍ରାମାଞ୍ଚରେ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରିବଟା ପାଇଁ ସୁଯୋଗ ଦେବାକୁ ଦାବୀ ଉଠିଥିଲା।

ଏ ସମ୍ପର୍କରେ ତୁରନ୍ତ ଜିଲ୍ଲାପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯିବାକୁ ମତ ପ୍ରକାଶ ପାଇଥିଲା। ଏହି ଅବସରରେ ପ୍ରାୟ ୫୦ ଜଣ ଗରୀବ ତଥା ଦୁଃସ୍ତ ଲୋକମାନଙ୍କୁ ରନ୍ଧନ ବାସନ ଓ ସାନିଟାରୀ ସାମଗ୍ରୀ ବଣ୍ଟନ କରାଯାଇଥିଲା। ସର୍ବଶ୍ରୀ ଭାଗିରଥୀ ଦିଗାଲ,ଉମା ଚରଣ କଂହର, ବିଶ୍ଵାମିତ୍ର ଦିଗାଲ, ସରଞ୍ଜନ କହଁର,ଗୋଲକ ବିହାରୀ କହଁର ଓଅଗ୍ରଣୀ ଚାଷୀ ତଥା କୃଷକ ନେତା ଗଣପତି କହଁର ପ୍ରମୁଖ ଗ୍ରାମବାସୀ ଏଥିରେ ସହାୟତା କରିଥିଲେ।

ad-week
Leave A Reply

Your email address will not be published.