
ହିଞ୍ଜିଳିକାଟୁ, ୫/୩ : ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ୨୦୨୩-୨୪ ସକାଶେ ୬ଷ୍ଠ, ୭ମ, ୮ମ ଓ ୯ମ ଶ୍ରେଣୀରେ ନାମଲେଖା ସକାଶେ ରବିବାର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିିଳିକାଟୁ ବ୍ଳକ ଓ ପୌରାଞ୍ଚଳର ୩ଟି କେନ୍ଦ୍ରରେ ୬୦୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୭୭ ପରୀକ୍ଷା ଦେଇଥିବା ବେଳେ ୨୯ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି । ହିଞ୍ଜିଳିକାଟୁ ବ୍ଳକ ଶାସନ ଆମ୍ବଗାଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ଅମିୟ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପରୀକ୍ଷାରେ ୧୮୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୬୯ ଉପସ୍ଥିତ ଥିଲେ ଏବଂ ୧୩ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ୬ଷ୍ଠ ଶ୍ରେଣୀ ସକାଶେ ଆବେଦନ କରିଥିବା ୧୫୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୮ ଉପସ୍ଥିତ ଥିବା ବେଳେ ୯ ଅନୁପସ୍ଥିତ ଥିଲେ । ୭ମ ଶ୍ରେଣୀରେ ୧୧ରୁ୧୦, ୮ମ ରେ ୮ରୁ ୫ ଏବଂ ୯ମ ଶ୍ରେଣୀରେ ୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସମସ୍ତ ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ। ହିଞ୍ଜିଳିକାଟୁ ପୌରାଞ୍ଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟରେ ଅନୁଷ୍ଠିତ ପରୀକ୍ଷାରେ ୬ଷ୍ଠ ଶ୍ରେଣୀ ସକାଶେ ଆବେଦନ କରିଥିବା ୨୪୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୩୭ ଉପସ୍ଥିତ ଥିବା ବେଳେ ୭ ଅନୁପସ୍ଥିତ ଥିଲେ । । ସେହିପରି ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ମିନତି ପାତ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ପରୀକ୍ଷାରେ ୬ଷ୍ଠ ଶ୍ରେଣୀ ସକାଶେ ଆବେଦନ କରିଥିବା ୧୪୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୨ ଉପସ୍ଥିତ ଥିବା ବେଳେ ୬ ଅନୁପସ୍ଥିତ ଥିଲେ । ୭ମ ଶ୍ରେଣୀ ସକାଶେ ୧୦ ରୁ ସମସ୍ତ ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ। ୮ମ ଶ୍ରେଣୀ ସକାଶେ ୯ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮ ଜଣ ଉପସ୍ଥିତ ଥିବା ବେଳେ ଜଣେ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ଓ ୯ମ ଶ୍ରେଣୀ ସକାଶେ ୧୩ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ ୧୧ ଜଣ ଉପସ୍ଥିତ ଥିଲେ ଓ ୨ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧରଙ୍କ ସୁତ୍ରରୁ ପ୍ରକାଶ।