ସଡକ ଦୁର୍ଘଟଣା, ବାଇକ ଆରୋହୀ ମୃତ…

add-all

ହିଞ୍ଜିଳିକାଟୁ (୬।୩) : ସୋମବାର ଅପରାହ୍ନରେ ହିଞ୍ଜିଳି ଥାନା ଅନ୍ତର୍ଗତ ପୌରପରିଷଦ ୱାର୍ଡ଼ ନଂ ୫ ମୁଖ୍ୟ ଡାକଘର କାର୍ଯ୍ୟାଳୟ ପାଖ କେନାଲ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ବାଇକ ଚାଳକ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଶିକିରି ଗ୍ରାମର ଭାବ ସ୍ବାଇଁ ୫୦ । ମିଳିଥିବା ସୂଚନା ଅନୁଯାୟୀ ଶିକିରି ଗ୍ରାମର ଭାବ ସ୍ବାଇଁ ନିଜ ହୋଣ୍ଡା ୟୁନିକନ ବାଇକରେ ଶିକିରି ଗ୍ରାମରୁ ହିଞ୍ଜିଳିକାଟୁ ଆସୁଥିବା ବେଳେ କାଳୀ ମନ୍ଦିର ଛକ ନିକଟସ୍ଥ ଡାକ ଘର କେନାଲ ରାସ୍ତାରେ ଭାରସାମ୍ୟ ହରାଇ ଡାକ ଘର ପାଚେରି କୁ ଧକ୍କା ଦେଇ ପଡିଗଲେ। ତାଙ୍କ ମୁଣ୍ଡରେ ଶକ୍ତ ଧକ୍କା ହେବା ସହ ହାତ ଗୋଡ ଆଘାତ ଲାଗିଥିଲା । ସେହି ସମୟରେ ଭୀଷଣ ଶବ୍ଦ ଶୁଣି ସ୍ଥାନୀୟ ବାସିନ୍ଦା ଘଟଣା ସ୍ଥଳରେ ପହଞ୍ଚି ହିଞ୍ଜିଳି ପୋଲିସକୁ ଖବର ଦେଇଥିଲେ। ମୃତକଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରି ପୋଲିସ ଶଵକୁ ଜବତ କରିଛି। ଏନେଇ ହିଞ୍ଜିଳି ଥାନାରେ ୧୪୫।୨୩ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ ସୂଚନା ।

ad-week
Leave A Reply

Your email address will not be published.