ଟୋକୋନ ଆସିଥିବା ସମସ୍ତ ଚାଷୀଙ୍କ ଧାନ କିଣିବା ଦାବୀ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

add-all

ଛତ୍ରପୁର : ଟାର୍ଗେଟକୁ ଆଳ ଦେଖାଇ ପଞ୍ଜିକୃତ ଚାଷୀଙ୍କ ଧାନ କିଣାଯାଉ ନାହିଁ । ଯାହାଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଚାଷୀମାନେ ବହୁବାର ବିଭିନ୍ନ କାର୍ଯ୍ୟାଳୟ ଘୁରି ବୁଲିଲେ ମଧ୍ୟ ସେମାନଙ୍କ ଗୁହାରୀ କିଏ ଶୁଣୁ ନାହାଁନ୍ତି । ଯାହାଫଳରେ ଗୁରୁବାର ବାଧ୍ୟ ହୋଇ ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ପଂଚାୟତର ବହୁ ଚାଷୀ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲ।ପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରିୟ ରଞ୍ଜନ ପୃଷ୍ଟିଙ୍କୁ ପ୍ରଦାନ କରିଛନ୍ତି ।
ଧାନ କିଣିବା ପାଇଁ ଆସିଥିବା ଟୋକେନ୍ ର ଅବଧି ଶେଷ ହେବା ପୂର୍ବରୁ ସମସ୍ତ ଚାଷୀଙ୍କ ଧାନ ତୁରନ୍ତ କିଣିବା ଚିକଲଖଣ୍ଡି ସମବାୟ ସମିତର ଚାଷୀ ମାନେ ଦାବୀ କରିଛନ୍ତି । ପ୍ରାୟ ୩୦ ରୁ ଉର୍ଦ୍ଧ୍ୱ ଚାଷୀଙ୍କ ଧାନ କିଣିବା ପାଇଁ ଆସିଥିବା ଟୋକେନ ର ଅବଧି ଆଉ ଅଳ୍ପ ଦିନ ମଧ୍ୟରେ ଶେଷ ହୋଇଯିବ । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପାଖରେ ଆହୁରି ୯୭୦ କୁଇଣ୍ଟାଲର ଟାର୍ଗେଟ ରହିଥିବାରୁ ସେମାନଙ୍କୁ ଯଥାଶୀଘ୍ର ଟାର୍ଗେଟ ପ୍ରଦାନ କରିବାକୁ ସେମାନେ ଏହି ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଟିକିନା ଗୈାଡ, ଭରତ ଗୈାଡ, ବାୟା ପାତ୍ର, କୈଳାଶ ଗୈାଡ, ଜଗୁ ପାତ୍ର , କାଙ୍ଗାଳି ଗୈାଡ, ଧୀର ଗୈାଡ, ଲାଚ୍ଛମେୟା ରେଡ୍ଡୀ , ବୃନ୍ଦାବନ ଗୈାଡଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.