ଆସନ୍ତା ପନ୍ଦରତାରିଖରୁ ଡ୍ରାଇଭର ଧର୍ମଘଟ ପାଇଁ ଚିତ୍ରକୋଣ୍ଡାରେ ପୂର୍ବପ୍ରସ୍ତୁତି…

add-all

ଚିତ୍ରକୋଣ୍ଡା : ଆସନ୍ତା ପନ୍ଦର ତାରିଖ ଠାରୁ ଓଡିଶା ଡ୍ରାଇଭର ମହାସଂଘ ରାଜ୍ୟବ୍ୟାପୀ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ପାଇଁ ଅଖଚକ ବନ୍ଦ ଡାକରା ଦେଇଥିବା ବେଳେ ଚିତ୍ରକୋଣ୍ଡା ଡ୍ରାଇଭର ମହାସଂଘ ତରଫରୁ ଆଜି ପୂର୍ବପ୍ରସ୍ତୁତି ସରିଛି ଆସନ୍ତା ପନ୍ଦର ତାରିଖରୁ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ନିମନ୍ତେ ଚିତ୍ରକୋଣ୍ଡା ଡ୍ରାଇଭର ମହାସଂଘ ଶାଖା ସଭାପତି ଶୁକଦେବ ମାଝୀ, ଚିତ୍ରକୋଣ୍ଡା ବ୍ଲକ ଆଡ଼ମିନି ଅନନ୍ତ ସଗରିଆ, ଜଗନ୍ନାଥ ନାଗ, ବାବୁଲା ସଗରିଆ, ମନୋଜ କୁମାର ମହାନ୍ତି,ହରିଶ ଚନ୍ଦ୍ର କୁଡ଼ପିଆ, ପୂର୍ଣ୍ଣଚନ୍ଦ୍ର ମାଝୀ ଓ ମନୋଜ କୁମାର ଲାଲ ସମୂହ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା ଏବଂ ଚିତ୍ରକୋଣ୍ଡା ବିଡ଼ିଓ ଙ୍କୁ ବନ୍ଦ ଡାକରା ନିମନ୍ତେ ଦାବି ଦରଖାସ୍ତ ଜଣାଇଛନ୍ତି l

ad-week
Leave A Reply

Your email address will not be published.