ଜଳିଗଲା ୧୧ଟି ପରିବାର ୩୦ ବଖରା ଘର

add-all

ସୋରଡ଼ା : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବ୍ରାହ୍ମଣଦେଇ ଗାଁରେ ନିଆଁ ଲାଗି ୧୧ଟି ପରିବାରର ୩୦ ବଖରା ଘର ଜଳି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ନଷ୍ଟ ହୋଇଯାଇଛି। ସୁଚନ ମୁତାବକ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଥିବା ଘର ଗୁଡ଼ିକ ମଧ୍ୟରୁ ଅନେକରେ କେହି ନଥିଲେ। କିଏ ଚାଷ ଜମିକୁ କାମ କରିବାକୁ ଯାଇଥିଲେ ତ ଆଉ କିଏ ଅନ୍ୟ କାମରେ।

ପ୍ରଥମେ ଗୋଟିଏ ଘରେ ନିଆଁ ଲାଗିଥିଲା। ଆଉ ଆଖି ପିଛୁଳାକେ ନିଆଁ ଗୋଟିଏ ଘରୁ ଅନ୍ୟ ଘରକୁ ବ୍ୟାପୀ ଯାଇଥିଲା। ଏହି ଅଗ୍ନିକାଣ୍ଡରେ ୩୦ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଘରେ ଥିବା ଜିନିଷ ସବୁ ପୋଡ଼ି ଯାଇଛି।
ନିଆଁ ଲାଗିବା ପରେ ସ୍ଥାନୀୟ ଲୋକେ ଏହାକୁ ଲିଭାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ନିଆଁ ଆୟତ୍ତ ନ ହେବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଯେଉଁମାନଙ୍କ ଘର ଓ ସମସ୍ତ ଜିନିଷପତ୍ର ପୋଡ଼ି ଯାଇଛି, ସେମାନଙ୍କୁ ତୁରନ୍ତ ସରକାର ସହାୟତା ଯୋଗାଇ ଦିଅନ୍ତୁ ବୋଲି ଗାଁ ଲୋକେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.