ଶିକାରୀ ଗିରଫ, ଦେଶୀ ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ରେଞ୍ଜ ଅଧିନସ୍ତ କରଡା ସଂରକ୍ଷିତ ଜଙ୍ଗଲ ର ମଙ୍ଗଳପୁର ନିକଟରେ ଶିକାର ପାଇଁ ତିନିଜଣ ଯାଉଥିବା ସମୟରେ ବନବିଭାଗ କର୍ମଚାରୀ ମାନେ ଖବର ପାଇ ଛକି ରହିଥିବା ବେଳେ ରବିବାର ସକାଳୁ ମୁଖ୍ୟ ଶିକାରୀ ମଙ୍ଗଳପୁର ଗ୍ରାମର ସଂଜୟ ପ୍ରଧାନ କୁ କାବୁ କରିବା ରେ ସକ୍ଷମ ହୋଇଥିବା ବେଳେ ଦୁଇ ସାଥୀ ଖସି ପଳାଇ ଥିଲେ।ଗିରଫ ଶିକାରୀ ଠାରୁ ଦେଶି ବନ୍ଧୁକ ସହ ଛେରା ଗୁଳି,ବାରୁଦ ଜବତ କରିଥିବା ବନ ବିଭାଗ ସୂଚନା ଦେଇଛି । ଜଙ୍ଗଲ ରେ ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର କରୁଛନ୍ତି। ଏମାନେ ବାରହା ସନ୍ଧାନ ରେ ଯାଇ ଶିକାର କରିଥାନ୍ତେ। ଖସି ପଳାଇ ଥିବା ଦୁଇ ଜଣ କୁ ମଧ୍ୟ ଖୁବ ଶିଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ରାଇକିଆ ରେଞ୍ଜର ମାଣିକେଶ୍ଵରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି l

ad-week
Leave A Reply

Your email address will not be published.