ସିପିଆଇମ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ପ୍ରସନ୍ନ ପାଣିଗ୍ରାହୀଙ୍କ ବିଂଶତମ ଶ୍ରାଦ୍ଧବାର୍ଷିକୀ ପାଳିତ…

add-all

ବ୍ରହ୍ମପୁର : ସିପିଆଇମ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ପ୍ରସନ୍ନ ପାଣିଗ୍ରାହୀଙ୍କ ବିଂଶତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି | ପାର୍ଟିର ବରିଷ୍ଠ ନେତା କୈଳାଶ ଷଡଙ୍ଗୀଙ୍କ ସଭାପତିତ୍ୱ ରେ ଆୟୋଜିତ ସ୍ମାରକୀ ସଭାରେ ପାର୍ଟିର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଯୋଗ ଦେଇ ସାଥି ପ୍ରସନ୍ନ ପାଣିଗ୍ରାହୀଙ୍କସ୍ମୃତି ଚାରଣ କରିଥିଲେ। ସାଥି ପ୍ରସନ୍ନ ସାରା ଜୀବନ ଚାଷୀ ମୁଲିଆଙ୍କ ପାଇଁ ଲଢେଇ କରୁଥିଲେ। ଜାତି ଧର୍ମ ନିର୍ବୀଶେଷରେ ଲୋକଙ୍କୁ ସଂଗଠିତ କରି ଅନ୍ୟାୟ ଅତ୍ୟାଚାର ବିରୋଧରେ ପ୍ରତିବାଦର ସ୍ବର ଉତ୍ତୋଳନ କରିଥିଲେ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ଵାନ ଦେଇଥିଲେ।ବିଶିଷ୍ଠ କୃଷକ ନେତା ଜଗନ୍ନାଥ ମିଶ୍ର ଯୋଗ ଦେଇ ଚାଷୀଙ୍କର ଅଭାବି ବିକ୍ରୀ, ଧାନ ବିକ୍ରୀ କ୍ଷେତ୍ରରେ ଚାଲିଥିବା ଦୁର୍ନୀତି ତଥା ଚାଷୀ ଓ ଚାଷର ସଙ୍କଟ ବିରୋଧରେ ଦୃଢ଼ ଭାବରେ ଠିଆ ହୋଇଥାନ୍ତେ ବୋଲି ଉଲ୍ଲେଖ କରିଥିଲେ।ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ସାଥୀ ପ୍ରସନ୍ନ ପାଣିଗ୍ରାହୀ ଜଣେ ଦକ୍ଷ ସଂଗଠକ ଓ ନିର୍ଭୀକ ବକ୍ତିତ୍ୱ ଥିଲେ ବୋଲି ଉଲ୍ଲେଖ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ମଣ୍ଡଳୀ ସଭ୍ୟ ରାମଚନ୍ଦ୍ର ନାୟକ, ହରୀକୃଷ ରେଡି ଓ ବିଦ୍ୟାଧର ଜେନା ପ୍ରମୁଖ ସ୍ମୃତି ଚାରଣ କରିଥିଲେ।ଏହି ଅବସରରେ ବହୁ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.