ବରିଷ୍ଠ ପୁଲିସ ଅଫିସର୍‌ଙ୍କୁ ବାହାହେବେ ପଞ୍ଜାବ ଶିକ୍ଷାମନ୍ତ୍ରୀ…

add-all

ଚଣ୍ଡୀଗଡ଼: ଚଳିତ ମାସ ଶେଷ ଭାଗରେ ‘ଆପ୍‌’ ବିଧାୟକ ହର୍‌ଜୋତ୍‌ ସିଂହ ବୈଂସ୍‌ ‘ଆଇପିଏସ୍‌’ ଅଫିସର୍‌ ଜ୍ୟୋତି ଯାଦବଙ୍କୁ ବିବାହ କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।
ଅଳ୍ପ ଦିନ ତଳେ ଦୁହଁଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଛି ବୋଲି ସେମାନେ କହିଛନ୍ତି। ରୂପନଗର ଜିଲ୍ଲା ଅନ୍ତର୍ଗତ ଆନନ୍ଦପୁର ସାହିବ ନିର୍ବାଚନ ମଣ୍ଡଳୀରୁ ପ୍ରଥମ କରି ବିଧାୟକ ହୋଇଥିବା ବୈଂସ୍‌ ସମ୍ପ୍ରତି ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌ ମାନ୍‌ଙ୍କ ସରକାରରେ ଶିକ୍ଷାମନ୍ତ୍ରୀ ଅଛନ୍ତି।
ଆଗାମୀ ଦିନମାନଙ୍କରେ ଜୀବନରେ ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା ପଞ୍ଜାବର ବାଚସ୍ପତି କୁଲତାର୍‌ ସିଂହ ସାନ୍ଧୱା ବୈଂସ୍‌ ଏବଂ ଯାଦବଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ବୃତ୍ତିରେ ଆଡ୍‌ଭୋକେଟ୍‌ ଥିବା ୩୨ ବର୍ଷିୟ ବୈଂସ୍‌ ଆନନ୍ଦପୁର ସାହିବ ଅନ୍ତର୍ଗତ ଗମ୍ଭୀରପୁର ଗ୍ରାମର ବାସିନ୍ଦା। ୨୦୧୪ରେ ସେ ଚଣ୍ଡୀଗଡ଼ସ୍ଥିତ ପଞ୍ଜାବ ବିଶ୍ବବିଦ୍ୟାଳୟରୁ ବି.ଏ. ଏଲ୍‌.ଏଲ୍‌.ବି (ସମ୍ମାନ) ଶେଷ କରିଥିଲେ। ୨୦୧୮ରେ ସେ ମଧ୍ୟ ‘ଲଣ୍ଡନ୍‌ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସ’ରୁ ଆନ୍ତର୍ଜାତିକ ମାନବ ଅଧିକାର ଆଇନରେ ସାର୍ଟିଫିକେଟ୍‌ ହାସଲ କରିଥିଲେ। ପୂର୍ବରୁ ରାଜ୍ୟରେ ‘ଆପ୍‌’ ଯୁବ ଶାଖାର ନେତୃତ୍ବ ନେଇଥିବା ବୈଂସ୍‌ ୨୦୧୭ ବିଧାନସଭା ନିର୍ବାଚନରେ ସାହନେୱାଲ୍‌ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରି ବିଫଳପ୍ରଯତ୍ନ ‌ହୋଇଥିଲେ।
ସେହିପରି, ହରିୟାଣାର ଗୁରୁଗ୍ରାମବାସିନୀ ଯାଦବ ହେଉଛନ୍ତି ପଞ୍ଜାବ କ୍ୟାଡର୍‌ର ‘ଆଇପିଏସ୍‌’ ଅଫିସର୍‌ ଏବଂ ଏବେ ମାନସା ଜିଲ୍ଲାର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଭାବେ କାର୍ଯ୍ୟରତ।

ad-week
Leave A Reply

Your email address will not be published.