ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଅଜଣା ଗାଡି ଧକାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣକ ହେଲେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ତୁରୁକପେଟା ଗ୍ରାମର ଭିମାରାପୁ ନରେନ୍ଦ୍ର।ଏନେଇ ଥାନାରେ ଏକ ମାମଲା ରୁଜୁ କରିଛି ବନ୍ଧୁଗାଁ ପୋଲିସ।ଖବରରୁ ପ୍ରକାଶ ନରେନ୍ଦ୍ର ଗତକାଲି ରାତି ଦଶଟାରେ କୌଣସି ଏକ ଜରୁରୀ କାମରେ ନାରାୟଣପାଟଣାକୁ ନିଜ ମଟର ସାଇକଲରେ ଯାଉଥିବା ବେଳେ ଦଣ୍ଡାବାଡି ପୋଲ ଉପରେ ଦୁର୍ଘଟଣାର ଶିକାର ହୋଇଥିଲେ। କୌଣସି ଅଜଣା ଗାଡି ତାଙ୍କୁ ଧକାଦେଇ ଚାଲି ଯାଇଥିଲା।ସେଇ ବାଟ ଦେଇ ନାରାୟଣପାଟଣାର କିଛି ଯୁବକ ନିଲାବାଡି ଠାକୁରାଣି ଯାତ୍ରା ଦେଖିବାକୁ ଯାଉଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖି ନରେନ୍ଦ୍ରକୁ ଚିହ୍ନିବା ସହ ବନ୍ଧୁଗାଁ ଅଗ୍ନୀଶମ ବିଭାଗକୁ ଜଣାଇଥିଲେ।ସେଠାରୁ ଏକ ଟିମ୍ ଆସି ତାଙ୍କୁ ଉଧାର କରି ବନ୍ଧୁଗାଁ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଇ ପରିବାର ଲୋକଙ୍କୁ ଜଣାଇଥିଲେ।ତାଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ଚିକିତ୍ସା କରୁଥିବା ଡାକ୍ତର ଜିଲ୍ଲା ହଷ୍ପିଟାଲକୁ ନେବା ପାଇଁ ପରାମର୍ଶ ଦେଇଥିଲେ।ରାତି ୧୨ଟାରେ ତାଙ୍କୁ କୋରାପୁଟ ନେଇ ଜିଲ୍ଲା ହଷ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ଆଜି ସକାଳ ୫ଟାରେ ତାଙ୍କର ମୃତ୍ୟୁ ଘଟିଥିଲା।ଫଳରେ ବନ୍ଧୁଗାଁ ପୋଲିସ ସେଠାରେ ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ତଦନ୍ତ କାରି ଅଫିସର ଏଏସ୍ଆଇ ଭାସ୍କର ମୋରା କହିଛନ୍ତି।ପ୍ରକାଶ ଥାଉକି ଉକ୍ତ ଯୁବକ ଅବିବାହିତ ଥାଇବି ନିଜର ବଡ ଭାଇଙ୍କ ମୃତ୍ୟୁ ପରେ ତାଙ୍କର ଦୁଇଟି ପୁଅ ଗୋଟିଏ ଝିଅକୁ ପୋଷୁଥିଲେ।ବନ୍ଧୁାଁ ବ୍ଲକ୍ ସଦର ଠାରେ ଖବର କାଗଜ ବାଣ୍ଟିବା ସହ,ଅଗ୍ନୀଶମ କାର୍ୟ୍ୟାଳୟ ରେ ଝାଡୁ ଦାର୍ ଓ ପାନୀୟଜଳ ଯୋଗାଣ ପମ୍ପ ଅପରେଟର୍ ଭାବେ କାମ କରି ନିଜ ବଡ ଭାଇଙ୍କ ପିଲା ମାନଙ୍କୁ ପୋଷୁଥିବା ବେଳେ ପୁଣି ଥରେ ପିଲାମାନେ ଅନାଥ ହେଇଯିବା ଅତି ଦୁଃଖର ବିଷୟ ପାଲଟିଛି।ଗରିବ ପରିବାରରେ ଦୁଃଖର ଛାୟା ଖେଳି ଯାଇଛି।ଜଣେ ମା ନିଜର ଭେଣ୍ଡିଆ ପୁଅକୁ ହରେଇଥିବା ବେଳେ ତିନିଜଣ ପିଲା ନିଜର ପୋଷଣାହାରୀ ଦାଦାକୁ ହରାଇ ଦୁଃଖରେ ଭାଗି ପଡିଛନ୍ତି।”
