ମା’ ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ

add-all

ପୁରୁଷୋତ୍ତମପୁର / ଛତ୍ରପୁର : ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ପାଳିରେ ରାତ୍ର ସାଢେ ୨ଟାରୁ ମନ୍ଦିର ଦ୍ୱାର ଫିଟା ଯାଇ ପରମ୍ପରା ଅନୁସାରେ ଅବକାଶ, ମାଜଣା, ସିଙ୍ଗାର, ଅଭିଶେକ ଆଦି ନିତିକାନ୍ତିରେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ମା’ ତାରା ତାରିଣୀ ଦୁଇ ଭଉଣୀଙ୍କୁ ମହାକାଳୀ ବେଶରେ ସଜ୍ଜିତ କରାଯାଇଥିଲା। ସକାଳ ସାଢେ ୫ଟାରେ ସାହାଣ ମେଲା ହୋଇ ମା’ ତାରା ତାରିଣୀ ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏହା ସହ ସାଢେ ୨ଟାରୁ ମୁଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଛତ୍ରପୁର ଉପଜିଲାପାଳ ପ୍ରଶନ କୁମାର ପାତ୍ର, ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ ଓ ଆଇଆଇସି ପ୍ରିୟୁସ ରଞ୍ଜନ ଛୋଟରାୟ, ବିଡିଓ ବିଜୟ କୁମାର ବେହେରା, ତହସିଲଦାର ସସନ୍ତୋଷ କୁମାର ସାହୁ ଉପସ୍ଥିତ ରହି ଯାତ୍ରା ପରିଚାଳନା କରିଛନ୍ତି। ସେବାୟତ ବାପୁଜୀ ରଣା, ତପନ କୁମାର ରଣା, ଧ୍ରୃବ ରଣାଙ୍କ ସମେତ ସମସ୍ତ ସେବାୟତ ପୂଜାର୍ଚ୍ଚନା କରିବାରେ ଲାଗିଛନ୍ତି

ad-week
Leave A Reply

Your email address will not be published.