ଓମ୍‌ଫେଡ୍‌ ପ୍ଲାଣ୍ଟରେ କ୍ଷୀର ନଷ୍ଟ, ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ

add-all

ବ୍ରହ୍ମପୁର : ସହର ଉପକଣ୍ଠ ଆଙ୍କୁଶପୁରରେ ଥିବା ଓମ୍‌ଫେଡ୍‌ ପ୍ଲାଣ୍ଟ୍‌ରେ କ୍ଷୀର ଭାସି ନଷ୍ଟ ହେବା ଘଟଣାର ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ ହୋଇଛି। ପଶୁସମ୍ପଦ ବିଭାଗର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକରୀ ମୁରଲୀଧର ବେହେରାଙ୍କ ନେତୃତ୍ବରେ ଏକ ଟିମ୍‌ ଆଜି ଆଙ୍କୁଶପୁର ଓମ୍‌ଫେଡ୍‌ ପ୍ଲାଣ୍ଟ୍‌ରେ ପହଞ୍ଚି ତଦନ୍ତ କରିଥିବା କିଭଳି ଓ କେଉଁ ପରିସ୍ଥିତିରେ ପ୍ଲାଣ୍ଟ୍‌ର କ୍ଷୀର ନଷ୍ଟ ହେଲା ତାର ତଦନ୍ତ କରାଯାଇଛି। ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରାଯିବ। ଏହାପରେ ପଶୁସମ୍ପଦ ବିଭାଗର ନିର୍ଦ୍ଦେଶଙ୍କ ନିକଟରେ ରିପୋର୍ଟ ଦାଖଲ କରାଯିବ ବୋଲି ସେ କହିଛନ୍ତି
ଓମ୍‌ଫେଡ୍‌ ପ୍ଲାଣ୍ଟ୍‌ରେ ବହୁ କ୍ଷୀର ନଷ୍ଟ ହେଉଥିବା ଅଭିଯୋଗ ଆସିଥିଲା।

ପ୍ଲାଣ୍ଟ୍‌ର ଷ୍ଟୋରେଜ୍‌ ଟ୍ୟାଙ୍କର୍‌ରୁ କ୍ଷୀର ନାଳକୁ ଭାସିଯାଉଥିବା ଏକ ଭିଡ଼ିଓ ଭାଇରାଲ୍‌ ହୋଇଥିଲା। ଏହାକୁନେଇ ବ୍ୟବସାୟୀ ଓ ଦୁଗ୍ଧଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ପ୍ଲାଣ୍ଟ୍‌ର କର୍ମଚାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ କ୍ଷୀର ନଷ୍ଟ ହେଉଥିବା ଅଭିଯୋଗ ହୋଇଥିଲା। ଏଭଳି ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍‌ କରାଯାଇଥିଲା। ଫଳରେ ଭୁବନେଶ୍ବର ଓମ୍‌ଫେଡ୍‌ ମୁଖ୍ୟାଳୟରୁ ଏକ ବୈଷୟିକ ଟିମ୍‌ଆସି ଗତ ୯ତାରିଖରେ ଆଙ୍କୁଶପୁର ସ୍ଥିତ ପ୍ଲାଣ୍ଟ୍‌କୁ ଯାଇଥିଲେ। କିଭଳି ଓ କେଉଁ ପରିସ୍ଥିତିରେ ଟ୍ୟାଙ୍କର୍‌ରୁ କ୍ଷୀର ବାହାରି ନଷ୍ଟ ହୋଇଥିଲା ସେନେଇ ବିଭାଗୀୟ କର୍ମଚାରୀ ଓ ମ୍ୟାନେଜର୍‌ଙ୍କ ସହିତ କଥା ହୋଇଥିଲେ। ଏହାପରେ ବିଭାଗୀୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୁଣିଥରେ ତଦନ୍ତ କରାଯାଇଛି।

ad-week
Leave A Reply

Your email address will not be published.