
ଫୁଲବାଣୀ :- ମହାସଂଘ ଆବାହକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ସଭାନେତ୍ରୀ ବିଜୟଲକ୍ଷ୍ମୀ ପଣ୍ଡାଙ୍କ ନେତୃତ୍ବରେଏବଂ ସାଧାରଣ ସମ୍ପାଦକ ଜିତେନ୍ଦ୍ର ମାର୍ଥାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ କନ୍ଧମାଳ ଶାଖା ତରଫରୁ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରେ ସରକାରୀ ଦପ୍ତରର ବିଭିନ୍ନ ବିଭାଗରେ ଆଉଟସୋର୍ସିଙ୍ଗ ଜରିଆରେ କାର୍ଯ୍ୟରତ ଥିବା ବିଭିନ୍ନ ବର୍ଗର କର୍ମଚାରୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସି ଫୁଲବାଣୀସ୍ଥିତ ମାଦିକୁନ୍ଦା ଛକ ଠାରେ ଏକତ୍ରିତ ହୋଇ ଏକ ପ୍ରତିବାଦ ସଭାରେ ଯୋଗଦେବା ସହ ଶୋଭାଯାତ୍ରାରେ ମାଦିକୁନ୍ଦା ଛକଠାରୁ ବାହାରି କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ସାକ୍ଷାତକରି ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବା ପାଇଁ ନିବେଦନ କରାଯାଇଛି ଏବଂ ପରେ ପରେ ନେତୃମଣ୍ଡଳୀ ସମସ୍ତେ ମିଶି ଆଲୋଚନା କରି ରାଜ୍ୟ ନେତୃବୃନ୍ଦ ପଠେଇଥିବା ବାର୍ତ୍ତାକୁ ଗ୍ରହଣ କରିଥିଲେ । ଆଜିଠାରୁ ତା. ୧୮.୦୩, ୨୦୨୩ରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରି ନିଜ ନିଜ ବିଭାଗରେ ସୁଚାରୁ ରୂପେ କାର୍ଯ୍ୟ କରିବା ପାଇଁ ସ୍ତ୍ରୀରୀକୃତ କରାଯାଇଛି l ଏଥି ସହିତ ରାଜ୍ୟ ନେତୃମଣ୍ଡଳିଙ୍କ ଆହ୍ୱାନ କ୍ରମେ ୧୯/୦୩/ ୨୦୨୩ ରିଖରେ ଭୁବନେଶ୍ବର ଠାରେ ଏକ ସେମିନାର କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ତରଫରୁ ପାଖାପାଖି ୩୦୦ ରୁ ୪୦୦ ସଂଖ୍ୟାରେ ଆଉଟସୋର୍ସ କର୍ମଚାରୀ ଯୋଗ ଦେବେ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l ଏହାସତ୍ତ୍ଵେ ଯଦିଓ ରାଜ୍ୟ ସରକାର ଦାବିକୁ କୌଣସି ପ୍ରକାର କର୍ଣ୍ଣପାତ ନକରନ୍ତି ଏବଂ ଦାବି ପୁରଣ ପାଇଁ କିଛି ଯୁକ୍ତାମୁକ ପଦକ୍ଷେପ ନନିଅନ୍ତି ତେବେ ପୁଣି ରାଜ୍ୟନେତୃବୃନ୍ଦଙ୍କ ଆହ୍ବାନକ୍ରମେ ଅଫିସ କାର୍ଯ୍ୟ ଦିବସରେ ଛୁଟି ଦରଖାସ୍ତ ଦେବା ସହିତ ଅଫିସ ଛାଡ ଏବଂ ସରକାରୀ କାମ ବନ୍ଦ ଡାକରାର ଏକ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି l ଏଥି ନିମନ୍ତେ ପୁନଃ ଛୁଟି ଅନୁମୋଦନ ପାଇଁ ସମସ୍ତେ ନିଜ ନିଜର ଅଫିସକୁ ଛୁଟି ଦରଖାସ୍ତ ଦେବା ସହ ତା-୨୫/୦୩/ ୨୦୨୩ ରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା, ବିକ୍ଷୋଭ ଏବଂ ”ମୁଖ୍ୟ ମନ୍ତ୍ରୀଙ୍କୁ ଭେଟିବା ଚାଲ” କାର୍ଯ୍ୟକ୍ରମରେ ଜିଲ୍ଲାର ସବୁ ସରକାରୀ ଦପ୍ତରରୁ କାମ ବନ୍ଦ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟକ୍ରମରେ ଯୋଗ ଦେବୁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ତେଣୁ ଆଜିକାର ଏହି ପ୍ରତିବାଦ ସଭାରେ ରାଜ୍ୟ ସଂଘର ଯୁଗ୍ମ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଙ୍କ ସହିତ ଜିଲ୍ଲା ସଂଘର ସଭାନେତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡା ମତ ସାବ୍ୟସ୍ତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବ୍ରଜ କିଶୋର ପଟ୍ଟନାୟକ, ଉପଦେଷ୍ଟା, ମାନସ ରଞ୍ଜନ ଆଚାରୀ, ନୀଳମାଧବ ସାହୁ, ସରୋଜ କୁମାର ନାୟକ, ଉପସଭାପତି ସତ୍ୟ ନାରାୟଣ ପଣ୍ଡାଙ୍କ ସମେତ ବହୁ ସଦସ୍ଯ ଉପସ୍ଥିତ ଥିଲେ l