ମା ଶ୍ୟାମଳାଈ ପୀଠରେ ଭକ୍ତଙ୍କ ସମାଗମ…

add-all

ହିଞ୍ଜିଳିକାଟୁ ୧୪।୩ : ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ଓ ମା ଶ୍ୟାମଳାଈ ଙ୍କ ଚୈତ୍ର ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ବ ୪ ପାଳି ଅର୍ଥାତ୍‌ ମାର୍ଚ୍ଚ ମାସ ୧୪, ୨୧ ଓ ୨୮ ତାରିଖ ଏବଂ ଏପ୍ରିଲ ୪ ତାରିଖ ଦିନ ଅନୁଷ୍ଠିତ ହେବ। ଏହାକୁ ଶାନ୍ତି ଶୃଙ୍ଖଳାର ସହିତ କିଭଳି ଆୟୋଜନ କରାଯିବ ସେଥିପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂର୍ବରୁ ମାଁତରାତାରିଣୀ ଙ୍କ ଦର୍ଶନ ନିମନ୍ତେ ଭକ୍ତମାନଙ୍କ ଠାରୁ ୩ଟଙ୍କା ନିଆଯାଉଥିଲା। ଚଳିତ ବର୍ଷ ମା’ଙ୍କ ଦର୍ଶନ ନିମନ୍ତେ ଭକ୍ତମାନଙ୍କଠାରୁ କୌଣସି ଅର୍ଥ ଆଦାୟ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭକ୍ତମାନଙ୍କ ଯାତାୟତ, ସେମାନଙ୍କ ବସିବା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ମଣ୍ଡନ ସକାଶେ ସ୍ଥାନ, ଆଲୋକ ବ୍ୟବସ୍ଥା, ଦୀପ ଲଗାଇବା ସ୍ଥାନ ଇତ୍ୟାଦିର ସୁବ୍ୟବସ୍ଥା କରାଯାଇଛି । ହିଞ୍ଜିଳିକାଟୁ ନିକଟ ବୁରୁପଡା ସ୍ଥିତ ମାଁ ଶ୍ୟାମଳାଈ ଙ୍କୁ ମଙ୍ଗଳବାର ଭୋରରୁ ମାଁଙ୍କ ମାର୍ଜଣା, ମଙ୍ଗଳ ଆଳତି, ସୂର୍ଯ୍ୟପୂଜା, ମଇଲମ ପରେ ସମସ୍ତ ଦେବପୂଜା ହୋଇ ପୂଜାର୍ଚ୍ଚନା କରାଯାଇଥିଲା। ଆଳତି ପରେ ଭକ୍ତ ମାନଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶ ଅନୁମତି ପ୍ରଦାନ କରାଯାଇଥିଲା। ଵିଭିନ୍ନସ୍ଥାନରୁ ଭକ୍ତ ଆସି ମାନସିକ ମୁଣ୍ଡନ କରି ଭୋଜିଭାତ କରି ପରିବାର ପରିଜନଙ୍କ ସହ ଭୋଜନ କରିଥିଲେ। କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ପରେ ମନ୍ଦିର ରେ ଜନସମାଗମ ହୋଇଥିଲା। ଚଣା, ବେଲୁନ, ପ୍ଲାଷ୍ଟିକ ଖେଳଣା, ମିଷ୍ଟାନ୍ନ ଦୋକାନ ବହୁମାତ୍ରାରେ ଖୋଲାଯାଇଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.