ସାହାରା ଇଣ୍ଡିଆ ଜମାକାରୀଙ୍କ ଟଙ୍କା ତୁରନ୍ତ ଫେରସ୍ତ କରିବା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଦାବି ପତ୍ର ପ୍ରଦାନ

Independence

ଛତ୍ରପୁର : ସାହାରା ଇଣ୍ଡିଆ ଜମାକାରୀଙ୍କ ଟଙ୍କା ଫେରସ୍ତ କରିବା ଦାବି ନେଇ ୟୁନାଇଟେଡ୍ ଅଲ ଇଣ୍ଡିଆ ଜନ ଆନ୍ଦୋଳନ ସଂଘର୍ଷ ନ୍ୟାୟ ମୋର୍ଚ୍ଚା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବି ପତ୍ର ପ୍ରଦାନ କରାଯାଇଛି । ସାହାରା ଇଣ୍ଡିଆ କମ୍ପାନୀ ଉପରେ ଭରସା କରି ବହୁ ଜମାକାରୀ ସେମାନଙ୍କ ଟଙ୍କାକୁ ସାହାରା ଇଣ୍ଡିଆ କମ୍ପାନୀରେ ଜମା କରିଥିଲେ । କିନ୍ତୁ ସାହାରା ଇଣ୍ଡିଆ କମ୍ପାନୀ ସେମାନଙ୍କ ଟଙ୍କାକୁ ଫେରସ୍ତ କରିନାହିଁ । ଯାହା ଫଳରେ ଜମାକାରୀ ମାନେ ସେମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ନ ପାଇ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏଣୁ ସେମାନଙ୍କ ଟଙ୍କା ଫେସ୍ତ କରିବା ପାଇଁ ପ୍ରଶାସନ ହସ୍ତକ୍ଷେପ କରିବା ପାଇଁ ସେମାନେ ଦାବି କରିଛନ୍ତି । ଏହି ଧାରଣାରେ ୟୁନାଇଟେଡ୍ ଅଲ ଇଣ୍ଡିଆ ଜନ ଆନ୍ଦୋଳନ ସଂଘର୍ଷ ନ୍ୟାୟ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଉତ୍ତର କୁମାର ପରିଡା, ଜିଲ୍ଲା ସଭାପତି ଦାମୋଦର ପ୍ରଧାନଙ୍କ ସମେତ ବହୁ ଜମାକାରୀ ମାନେ ସାମିଲ ଥିଲେ ।

ad-week
Leave A Reply

Your email address will not be published.