
ହିଞ୍ଜିଳିକାଟୁ ୧୪।୩ : ଓଡ଼ିଶା ର ଡ଼୍ରାଇଭର ସଂଘ ବାରମ୍ବାର ସରକାରଙ୍କ ପାଖରେ ଦଶ ଦଫା ଦାବି ନେଇ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଜଣାପଡିଛି। ଏ ନେଇ ସମସ୍ତ ଡ଼୍ରାଇଭର ସଂଘ ସରକାରଙ୍କ ବୈମାତୃକ ମନୋଭାବର ଜବାବ୍ ଦେବା ପାଇଁ ଆସନ୍ତା ମାର୍ଚ୍ଚ ମାସ ୧୫ ତାରିଖ ଵୁଧବାର ଠାରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଓଡିଶା ମୋଟର ଚାଳକ ସଂଘ ଆନ୍ଦୋଳନ କୁ ସମର୍ଥନ କରୁନଥିବା ଜଣାଇଛନ୍ତି ।ଏ ନେଇ ଓଡିଶା ମୋଟର ଚାଳକ ସଂଘ ର ହିଞ୍ଜିଳିକାଟୁ ଶାଖା ତରଫରୁ ହିଞ୍ଜିଳିକାଟୁ ମୋଟର ଚାଳକ ସଂଘ ସଭାପତି ବିଦେଶୀ ସ୍ବାଇଁ, ସମ୍ପାଦକ ଶଙ୍କର ପ୍ରଧାନ ଙ୍କ ସହ ସମସ୍ତ ସଦସ୍ୟ ସମର୍ଥନ କରୁନଥିବା ନେଇ ହିଞ୍ଜିଳି ଥାନାରେ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଘରୋଇଵସ ମାଲିକ ସଂଘ ଆନ୍ଦୋଳନ ରେ ସାମିଲ ହେବେ ନାହିଁ ବୋଲି ରୋକଠୋକ କହୂଥିବା ଜଣାପଡିଛି। ଵସ ଯାତ୍ରୀ ମାନଙ୍କୁ ହଈରାଣ ନ କରିବାକୁ ଅନୁରୋଧ କରିଛନ୍ତି। ଏ ନେଇ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ସହ ଯୋଗାଯୋଗ କରିବାରୁ ଵୁଧବାର ହିଞ୍ଜିଳିକାଟୁ ସହର ଓ ଆଖପାଖ ଅଞ୍ଚଳରେ କୌଣସି ପ୍ରକାର ବେଆଇନ କାର୍ଯ୍ୟକଳାପ କୁ ପ୍ରସୟ ଦିଆଯିଵ ନାହିଁ ଓ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ।