
ଫୁଲବାଣୀ :- ଦଶଦଫା ଦାବୀ ପୂରଣ ନେଇ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆରମ୍ଭ ହୋଇଥିବା ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ରାଜ୍ୟ ସମେତ କନ୍ଧମାଳ ଜିଲ୍ଲାରେ ଏହାର ପ୍ରଭାବ ଦେଖାଯାଇଛି। ଜିଲା ସଦର ମହକୁମା ଏଫସିଆଇ ଛକ ଓ ରୁଜାଙ୍ଗିଠାରେ ଜିଲ୍ଲା ଡ୍ରାଇଭର ସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି।କନ୍ଧମାଳ ଦେଇ ଯାଇଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଆନ୍ଦୋଳନ ତିବ୍ରତର କରାଯାଇଛି। ଜିଲ୍ଲା ସଦର ମହକୁମା ବ୍ୟତୀତ ପ୍ରତିବ୍ଲକ ଓ ପଞ୍ଚାୟତରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସମସ୍ତ ଗାଡି ମଟର ଅଟୋ ବନ୍ଦ ରହିଛି। କାଁ ଭାଁ ବ୍ୟକ୍ତିଗତ ଗାଡି ଅଟୋ ଚାଲୁଛି ପୂର୍ବରୁ ରାଜ୍ୟ ସଂଘର ପ୍ରତିନିଧିଙ୍କୁ ଆଲୋଚନାକୁ ସରକାର ଡାକିଥିଲେ ହିଁ ତାହା ସଫଳ ହୋଇ ନଥିଲା।ରାଜ୍ୟ ସରକାର ଡ୍ରାଇଭର ସଂଘର ଦାବୀ ପୂରଣ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ ବୋଲି ଜିଲ୍ଲା ସଭାପତି ଜ୍ୟୋତିରଞନ ବିଶ୍ୱାଳ ସୂଚନା ଦେଇଛନ୍ତି।ଆବଶ୍ୟକ ହେଲେ ରାସ୍ତାରେ ରୋଷେଇ କରି ଆନ୍ଦୋଳନ କରିବାକୁ ପ୍ରସ୍ତୁତ ବୋଲି ଆନ୍ଦୋଳନ କାରୀ ସୂଚନା ଦେଇଛନ୍ତି।କେତେକ ଡ୍ରାଇଭର ଏ ନିଷ୍ପତ୍ତି ସର୍ବ ସମ୍ମତ ନୁହେଁ ବୋଲି ଆନ୍ଦୋଳନରୁ ଓହରିଯାଇଥିବା ଜଣାପଡିଛି।ହେଲେ ସରକାର ଆଗକୁ କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।